ରାଜ୍ୟ ନିର୍ବାଚନ କମିସନଙ୍କ ବଡ଼ ସୂଚନା, ମାର୍ଚ୍ଚରେ ବାଜିବ ବିଗୁଲ, ୫ ତାରିଖ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପଞ୍ଚାୟତ ନିର୍ବାଚନକୁ ନେଇ ୩ ରାଜନୈତିକ ଦଳ ଭିତରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶାସକ ଦଳ ହିସାବରେ ବିଜେପି ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ । ଏହି ନିର୍ବାଚନ ବିଜେପି ପାଇଁ ସମ୍ମାନ ଓ ମର୍ୟ୍ୟାଦାର ପ୍ରଶ୍ନ । ହେଲେ ନେତା ଓ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି, କେବେ ନିର୍ବାଚନ ହେବ ।ଠିକ୍ ସମୟରେ ହେବ କି ବିଳମ୍ବରେ ହେବ, ଏନେଇ ଦ୍ବନ୍ଦ୍ବ ରହିଛି । କିଛି ମାସ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ସଚିବ କହିଥିଲେ, ଜନଗଣନା ପାଇଁ ବିଳମ୍ବ ହୋଇପାରେ ନିର୍ବାଚନ । ଆଉ ଏସବୁ ଭିତରେ ସାକ୍ଷାତକାର ଦେଇ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ ମଧୁସୂଦନ ପାଢ଼ୀ..ମାର୍ଚ୍ଚରେ ପଞ୍ଚାୟତ ବିଗୁଲ୍. ମାର୍ଚ୍ଚ ମାସରେ ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ- ମାର୍ଚ୍ଚ ୫ରେ ସରିବ ଜନଗଣନା ପ୍ରକ୍ରିୟା. ଏହା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ- ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ- ରାଜ୍ୟରେ ୫ ଟି ପର୍ୟ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ- ପଞ୍ଚାୟତ ନିର୍ବାଚନ ସରିବା ପରେ ଏହାର ୧୫ ଦିନ କିମ୍ବା ମାସେ ଭିତରେ ପୌର ନିର୍ବାଚନ ହେବ- ପଞ୍ଚାୟତ ନିର୍ବାଚନ ବାଲାଟରେ ଓ ପୌର ନିର୍ବାଚନ ଇଭିଏମ୍‌ରେ ହେବ. ପଞ୍ଚାୟତ ନିର୍ବାଚନ ପାଇଁ ୯୧ ହଜାର ବୁଥ୍‌ ପ୍ରସ୍ତୁତ ଅଛି- ଅକ୍ଟୋବର ୨୪ରୁ ନଭେମ୍ବର ୭ ପର୍ୟ୍ୟନ୍ତ ସାରା ଓଡ଼ିଶାରେ ସର୍ଭେ ହେବ- ଫେବ୍ରୁଆରି ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବ- ଗୋଟିଏ ଅଞ୍ଚଳର ଭୋଟର୍‌, ଗୋଟିଏ ୱାର୍ଡରେ ରହିବେ, ଏହା ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ- ୨୦୨୭ରେ ଏକକାଳୀନ ହେବ ସମ୍ବଲପୁର, ରାଉରକେଲା, ପୁରୀ ମହାନଗର ନିଗମର ନିର୍ବାଚନ- ବାକି ଥିବା ପଞ୍ଚାୟତର ଉପନିର୍ବାଚନ ମଧ୍ୟ ୨୦୨୭ରେ ହେବ- ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ରେ ସରିବ

Smart Computer Ad
You might also like
error: Content is protected !!