ବାଲିଗୁଡ଼ାରେ ପ୍ରଥମଥର ପାଇଁ କୁହୁଡ଼ି, ସକାଳୁ ଅନୁଭୂତ ହେଉଛି ଶୀତର ଆଭାସ

ବାଲିଗୁଡ଼ା, ୦୬/୦୯ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ଗତ ଦୁଇଦିନ ହେଲା ବାଲିଗୁଡ଼ା ଏନଏସି ସମେତ ଆଖପାଖ ଅଞ୍ଚଳରେ ସକାଳୁ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। କୁହୁଡ଼ି ସାଙ୍ଗକୁ ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହେଉଥିବାରୁ ପାଣିପାଗରେ ପରିବର୍ତ୍ତନର ଆଭାସ ମିଳୁଛି।ରବିବାର ସକାଳେ ବାଲିଗୁଡ଼ା ଏନଏସି ବାହାର ଅଞ୍ଚଳରେ ଘନ କୁହୁଡ଼ିର ଚାଦର ଦେଖିବାକୁ ମିଳିଥିଲା। ରାସ୍ତାଘାଟ ଓ ଗଛଲତା କୁହୁଡ଼ିରେ ଆଚ୍ଛାଦିତ ହୋଇ ଏକ ମନୋରମ

ବାଲିଗୁଡ଼ାରେ ପ୍ରଥମଥର ପାଇଁ କୁହୁଡ଼ି, ସକାଳୁ ଅନୁଭୂତ ହେଉଛି ଶୀତର ଆଭାସ

ପରିବେଶ ସୃଷ୍ଟି କରିଥିଲା। ସକାଳୁ ଯାତାୟାତ କରୁଥିବା ଲୋକମାନେ ମଧ୍ୟ ଥଣ୍ଡାର ଅନୁଭୂତି କରିଥିବା ଦେଖାଯାଇଥିଲା।ବର୍ଷା ଋତୁ ମଧ୍ୟରେ ଏଭଳି କୁହୁଡ଼ି ଓ ଥଣ୍ଡା ପରିବେଶ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲିଗୁଡ଼ାର ପରିବର୍ତ୍ତିତ ପାଣିପାଗ ସହରବାସୀଙ୍କୁ ଶୀତ ଋତୁର ଆଗମନର ଆଭାସ ଦେଉଥିବା ଭଳି ମନେ ହେଉଛି।

Smart Computer Ad
You might also like
error: Content is protected !!