ଦୋକାନ କାନ୍ଥ ତାଡ଼ି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି

ବାଲିଗୁଡା,୦୪/୦୯: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ପୁଣିଥରେ ଚୋରି ଘଟଣା ସାଧାରଣରେ ଚିନ୍ତା ବଢ଼ାଇଛି। ଦାରିଙ୍ଗବାଡି ଛକରେ ଥିବା ଏକ ଦୋକାନର କାନ୍ଥ ତାଡ଼ି ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପଶି ନଗଦ ଟଙ୍କା ସହ ବିଭିନ୍ନ ଖାଦ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଦାରିଙ୍ଗବାଡି ଛକରେ କଞ୍ଜାମେଣ୍ଡି ଗ୍ରାମର ଆଦିକନ୍ଦ ସାହୁ ଏକ ଦୋକାନ କରି ବ୍ୟବସାୟ କରୁଛନ୍ତି। ଗୁରୁବାର ରାତିରେ ସେ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।

ଦୋକାନ କାନ୍ଥ ତାଡ଼ି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି

ତେବେ ଶୁକ୍ରବାର ସକାଳେ ଦୋକାନ ଖୋଲିବା ପରେ ଭିତରେ ବିଭିନ୍ନ ସାମଗ୍ରୀ ଏଣେତେଣେ ପଡ଼ିଥିବା ଦେଖି ସେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଚୋରମାନେ ଦୋକାନର କାନ୍ଥରେ କଣା କରି ଭିତରକୁ ପ୍ରବେଶ କରିଥିବା ବେଳେ ବ୍ୟବସାୟ ପାଇଁ ରଖାଯାଇଥିବା ଖୁଚୁରା ଟଙ୍କା ସହ ବିସ୍କୁଟ, ମିକ୍ଚର ଓ ଅନ୍ୟାନ୍ୟ ସାମଗ୍ରୀ ନେଇଯାଇଛନ୍ତି।ଘଟଣା ସମ୍ପର୍କରେ ଦୋକାନ ମାଲିକ କ.ନୂଆଗାଁ ଥାନାରେ ଜଣାଇବା ପରେ ଏଏସଆଇ ବାସୁଦେବ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି

ଦୋକାନ କାନ୍ଥ ତାଡ଼ି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି

ଛାନଭିନ କରିଥିଲେ। ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।ଉଲ୍ଲେଖଯୋଗ୍ୟ, ଅଞ୍ଚଳରେ ପୋଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ଚାଲୁଥିବା ସତ୍ତ୍ୱେ ଏଭଳି ଚୋରି ଘଟଣା ଘଟିବା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ତେଣୁ ଘଟଣାରେ ସମ୍ପୃକ୍ତ ଚୋରମାନଙ୍କୁ ଶୀଘ୍ର ଠାବ କରି ଆଇନର ହାତରେ ସମର୍ପଣ କରିବା ସହ ରାତ୍ରି ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Smart Computer Ad
You might also like
error: Content is protected !!