ନବାଗତଙ୍କୁ ସ୍ୱାଗତରେ ମୁଖରିତ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ

ବାଲିଗୁଡ଼ା: ୦୨/୦୯ : ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ନୂଆ ଛାତ୍ରଛାତ୍ରୀଙ୍କୁ ବିଭାଗୀୟ ପରିବାର ସହ ପରିଚିତ କରାଇବା ସହ ଶିକ୍ଷା ଓ ସାହିତ୍ୟ ପ୍ରତି ଆଗ୍ରହ ବଢ଼ାଇବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗର ମୁଖ୍ୟ ଡ. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ବିଭାଗର ଅଧ୍ୟାପିକା ସ୍ନେହଲତା ମାଝୀ, ଶ୍ରୀମତୀ ସୁଲୋଚନା କହଁର ଓ ଅବିନାଶ ମହାପାତ୍ର ନବାଗତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଶିକ୍ଷା, ଶୃଙ୍ଖଳା, ସାହିତ୍ୟ ଓ ଜୀବନର

ନବାଗତଙ୍କୁ ସ୍ୱାଗତରେ ମୁଖରିତ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ
ନବାଗତଙ୍କୁ ସ୍ୱାଗତରେ ମୁଖରିତ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ

ବିଭିନ୍ନ ଦିଗ ସମ୍ପର୍କରେ ପ୍ରେରଣାଦାୟୀ ଉଦାହରଣ ରଖିଥିଲେ।କାର୍ଯ୍ୟକ୍ରମକୁ ଅଧିକ ରଙ୍ଗାରଙ୍ଗ କରିଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଗୀତ, ନୃତ୍ୟ ଓ ବିଭିନ୍ନ ପ୍ରତିଭା ପ୍ରଦର୍ଶନ ମାଧ୍ୟମରେ ନବାଗତଙ୍କ ସହ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଇଚାରା ଓ ସମ୍ପର୍କ ଅଧିକ ମଜବୁତ ହୋଇଥିଲା।ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା ଓ ଉପସ୍ଥାପନାରେ ଛାତ୍ରମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଆୟୋଜନକୁ ସଫଳ କରିଥିଲେ। ନବାଗତ ଛାତ୍ରଛାତ୍ରୀମାନେ ଏହି ସ୍ୱାଗତ ସମ୍ବର୍ଦ୍ଧନାକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ।

ନବାଗତଙ୍କୁ ସ୍ୱାଗତରେ ମୁଖରିତ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ

Smart Computer Ad
You might also like
error: Content is protected !!