ବାଲିଗୁଡ଼ା: ୦୨/୦୯/ : ସୁକାନ୍ତ କୁମାର ତ୍ରିପାଠୀ
ଅସୁସ୍ଥ ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ବାଲିଗୁଡ଼ା ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର। ତୁମୁଡ଼ିବନ୍ଧ ବିଜେପି ବ୍ଲକ ସମ୍ପାଦକ ଧନେଶ୍ୱର ବଡ଼କରଙ୍କ ଦୁଇ ବର୍ଷର ପୁତ୍ର ଅସୁସ୍ଥ ହୋଇପଡ଼ିବା ପରେ ଚିକିତ୍ସା ପାଇଁ ପରିବାର ପକ୍ଷରୁ ସହଯୋଗ ଲୋଡ଼ାଯାଇଥିଲା।ଏନେଇ ଧର୍ମେଶ୍ୱର ବଡ଼କର ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ରଙ୍କୁ ଅବଗତ କରିଥିଲେ। ଖବର ପାଇବା ପରେ ସୁରେନ୍ଦ୍ର ପାତ୍ର ତୁରନ୍ତ ଘଟଣାକୁ ଗୁରୁତ୍ୱ ଦେଇ ଶିଶୁର ଚିକିତ୍ସା ପାଇଁ ଆବଶ୍ୟକ ଏ ପଜିଟିଭ୍ ରକ୍ତ ଯୋଗାଡ଼ କରିବାରେ ପଦକ୍ଷେପ ନେଇଥିଲେ।ଏହି ସମୟରେ ବାବୁ ଡାକୁଆ ରକ୍ତଦାନ କରି ଅସୁସ୍ଥ ଶିଶୁର ଜୀବନ ରକ୍ଷାରେ ସହଯୋଗ କରିଥିଲେ। ଏହି ମାନବିକ ପଦକ୍ଷେପକୁ ନେଇ ଅଞ୍ଚଳରେ ପ୍ରଶଂସା


ପ୍ରକାଶ ପାଇଛି।ଏହି ସହଯୋଗ ସମୟରେ ନଗର ସଭାପତି ମନୋଜ କୁମାର ରଥ, ଦିଗାମ୍ବର ପାଣିଗ୍ରାହୀ, ଅମିଓ ବେହେରା, ଗଦାଧର ନାୟକ, ରଞ୍ଜିତ ଚୌଧୁରି, ସୂର୍ଯ୍ୟ ନାୟକ ଓ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ମେଡିକାଲ ଟେକ୍ନିସିଆନ୍ ଭାବେ ଚିତ୍ତରଞ୍ଜନ ନାୟକ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର ଶିଶୁର ଚିକିତ୍ସା ଓ ପରିବାରର ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇ ଆଗାମୀ ଦିନରେ ମଧ୍ୟ ଯଥାସମ୍ଭବ ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦେଇଥିଲେ।ଏହି ମାନବିକ ପଦକ୍ଷେପ ପାଇଁ ଧନେଶ୍ୱର ବଡ଼କରଙ୍କ ପରିବାର ପକ୍ଷରୁ ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର ଓ ରକ୍ତଦାତା ବାବୁ ଡାକୁଆଙ୍କୁ କୃତଜ୍ଞତା ଜଣାଯାଇଛି।
