ଜାତୀୟ ସଙ୍ଗୀତ କଳାକେନ୍ଦ୍ର ତରଫରୁ ଶୋକସଭା

ବ୍ରହ୍ମପୁର,(ବିଚିତ୍ରସାହୁ):-

ରାଜ୍ୟର ଅତି ପ୍ରାଚୀନ ଓ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ତରଫରୁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ନିର୍ଭିକ ସାମ୍ବାଦିକ ନବକିଶୋର ମହାପାତ୍ର ଓରଫ୍ ମୁନା ଭାଇଙ୍କ ଅକାଳ ବିୟୋଗ ନେଇ ଏକ ଶୋକସଭା ବ୍ରହ୍ମପୁର, ପ୍ରେମ ନଗର ମୂଖ୍ୟ ସଡ଼କ ସ୍ଥିତ କଳାକେନ୍ଦ୍ର ପରିସରସ୍ଥ କବି ଗୋପାଳକୃଷ୍ଣ ମୁକ୍ତ ମଞ୍ଚ ଠାରେ ଆୟୋଜିତ ହୋଇଥିଲା। ବରିଷ୍ଠ କଳାକାର ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟକାର ତ୍ରିପତି ନାୟକ, ଆକାଶବାଣୀ ଉଦଘୋଷକ ମାନସ ଦାସ, କଣ୍ଠଶିଳ୍ପୀ ଆଶୁତୋଷ ମହାପାତ୍ର, ବରିଷ୍ଠ ସଂଯୋଜକ ସୂର୍ଯ୍ୟନାରାୟଣ ପାତ୍ର, ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମୁନା ବାବୁଙ୍କ ସ୍ମୃତି ରୋମନ୍ଥନ ସହ ତାଙ୍କରି ଆବର୍ତ୍ତମାନ ସ୍ଥାନୀୟ ମେଲୋଡି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ। ସୁନ୍ଦର ସଙ୍ଗୀତ ପରିବେଷଣ ସହିତ ସଦାପ୍ରଫୁଲ୍ଲ ହୃଦୟ ନେଇ ସେ ସବୁରି ପ୍ରିୟଭାଜନ ହୋଇପାରିଥିଲେ ବୋଲି କଳାକେନ୍ଦ୍ର ସମ୍ପାଦକ ସ୍ୱର ଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ କ୍ରମରେ ଉଲ୍ଲେଖ କରିଥିଲେ। ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବହୁ ସଦସ୍ୟ ଓ କଳାକାର ଉପସ୍ଥିତ ରହି ସ୍ବର୍ଗତ ଆତ୍ମା ପ୍ରତି ବାକ୍ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରିଶେଷରେ ନୃତ୍ୟଶିଳ୍ପୀ ଶ୍ରୁତି ସ୍ୱାଧୀନା ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!