ଖଡ଼ଗନଦୀରେ ଡଙ୍ଗା ବୁଡ଼ି ଶଶୁର-ବୋହୁ ନିଖୋଜ

ବାଲିଗୁଡ଼ା, ୨୬/୦୮: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଦୁର୍ଗମ ଡାକା ଗାଁ ନିକଟ ଖଡ଼ଗନଦୀରେ ଡଙ୍ଗା ବୁଡ଼ି ଶଶୁର ଓ ବୋହୁ ନିଖୋଜ ହୋଇଥିବା ବେଳେ ୬ ଜଣ ଉଦ୍ଧାର ହୋଇଛନ୍ତି।ସୂଚନା ଅନୁସାରେ, ଡାକା ଗାଁରେ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କିଛି ସମ୍ପର୍କୀୟ ଆସିଥିଲେ। ପରେ ନଦୀ ଆରପାରିରେ ଥିବା ମାମୁଁ ଘରକୁ ଯାଇ ଅପରାହ୍ନ ସମୟରେ ୮ ଜଣ ଡଙ୍ଗା ଯୋଗେ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଖଡ଼ଗନଦୀରେ ବୁଡ଼ି ଯାଇଥିଲା।ଏହି

ଖଡ଼ଗନଦୀରେ ଡଙ୍ଗା ବୁଡ଼ି ଶଶୁର-ବୋହୁ ନିଖୋଜ

ଅଘଟଣରେ ୬ ଜଣ ନଦୀରୁ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ସୁତ୍ରା ପଞ୍ଚାୟତ ପଲାମି ଗାଁର ଗୁନ୍ଦନା ମଲିକ ଓ ତାଙ୍କ ବୋହୁ ରାଇଙ୍ଗି ମଲିକ ଥିବା ଜଣାପଡ଼ିଛି।ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ପ୍ରଖର ଜଳସ୍ରୋତ ଯୋଗୁଁ

ଖଡ଼ଗନଦୀରେ ଡଙ୍ଗା ବୁଡ଼ି ଶଶୁର-ବୋହୁ ନିଖୋଜ

ଏପର୍ଯ୍ୟନ୍ତ ନିଖୋଜ ଦୁଇ ଜଣଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ଖଡ଼ଗନଦୀର ଜଳସ୍ତର ବୃଦ୍ଧି ପାଇବା ସହ ସ୍ରୋତ ମଧ୍ୟ ପ୍ରଖର ରହିଛି। ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ, ପରିବାର ଓ ସମ୍ପର୍କୀୟମାନେ ନିଖୋଜ ଦୁଇ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।

Smart Computer Ad
You might also like
error: Content is protected !!