ଡଭାର ଗ୍ରାମରେ ଦୁର୍ଦ୍ଦଶା: ଲଗାଣ ବର୍ଷାରେ ବେହାଲ ଭାସ୍କର ନାୟକଙ୍କ ପରିବାର, ତୁରନ୍ତ ପ୍ରଶାସନିକ ସହାୟତାକୁ ଅପେକ୍ଷା

ଚିକିଟି | ଗଞ୍ଜାମ ଜ଼ିଲ୍ଲା l ଡଭାର ଗ୍ରାମ | ନ୍ୟୂଜ ନର୍ଭ ଅଫିସ || ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଧପୁର ପଞ୍ଚାୟତର ଡଭାର ଗ୍ରାମରେ ଏକ ମର୍ମନ୍ତୁଦ ଓ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁଁ ଗ୍ରାମର ଭାସ୍କର ନାୟକଙ୍କ ପରିବାର ଅତ୍ୟନ୍ତ ଦୁର୍ଦ୍ଦଶାମୟ ଅବସ୍ଥାରେ ଦିନ କାଟୁଥିବା ଅଭିଯୋଗ ହୋଇଛି।ପ୍ରବଳ ବର୍ଷା ଓ ପବନ କାରଣରୁ ଘରର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି।

ଡଭାର ଗ୍ରାମରେ ଦୁର୍ଦ୍ଦଶା: ଲଗାଣ ବର୍ଷାରେ ବେହାଲ ଭାସ୍କର ନାୟକଙ୍କ ପରିବାର, ତୁରନ୍ତ ପ୍ରଶାସନିକ ସହାୟତାକୁ ଅପେକ୍ଷା

ଘର ଉପରେ ଦିଆଯାଇଥିବା ପଲିଥିନ ଉଡ଼ିଯିବା ସହ ବାହାର ପାଣି ସିଧାସଳଖ ଘର ଭିତରକୁ ପଶୁଛି। ଏହାଛଡ଼ା ଘର ସମ୍ମୁଖରେ ବର୍ଷା ଜଳ ନିଷ୍କାସନର କୌଣସି ସୁବିଧା ନଥିବାରୁ ପାଣି ଜମି ରହିଛି, ଯାହାଫଳରେ ପରିବାରର ଲୋକେ ଘର ଭିତରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଛି।

ଡଭାର ଗ୍ରାମରେ ଦୁର୍ଦ୍ଦଶା: ଲଗାଣ ବର୍ଷାରେ ବେହାଲ ଭାସ୍କର ନାୟକଙ୍କ ପରିବାର, ତୁରନ୍ତ ପ୍ରଶାସନିକ ସହାୟତାକୁ ଅପେକ୍ଷା

ଦୈନନ୍ଦିନ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପରିବାରର ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି।ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ଡଭାର ଗ୍ରାମରେ ଦୁର୍ଦ୍ଦଶା: ଲଗାଣ ବର୍ଷାରେ ବେହାଲ ଭାସ୍କର ନାୟକଙ୍କ ପରିବାର, ତୁରନ୍ତ ପ୍ରଶାସନିକ ସହାୟତାକୁ ଅପେକ୍ଷା

ଘଟଣାସ୍ଥଳ ପରିଦର୍ଶନ କରାଯାଇ ଭାସ୍କର ନାୟକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା, ଆଶ୍ରୟ ଏବଂ ରିଲିଫ୍ ଯୋଗାଇଦେବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି।

ଡଭାର ଗ୍ରାମରେ ଦୁର୍ଦ୍ଦଶା: ଲଗାଣ ବର୍ଷାରେ ବେହାଲ ଭାସ୍କର ନାୟକଙ୍କ ପରିବାର, ତୁରନ୍ତ ପ୍ରଶାସନିକ ସହାୟତାକୁ ଅପେକ୍ଷା
ଡଭାର ଗ୍ରାମରେ ଦୁର୍ଦ୍ଦଶା: ଲଗାଣ ବର୍ଷାରେ ବେହାଲ ଭାସ୍କର ନାୟକଙ୍କ ପରିବାର, ତୁରନ୍ତ ପ୍ରଶାସନିକ ସହାୟତାକୁ ଅପେକ୍ଷା
Smart Computer Ad
You might also like
error: Content is protected !!