ଅସହାୟ ଅବସ୍ଥାରେ ପଡିଥିବା ୭୫ ବର୍ଷୀୟ ବୃଦ୍ଧ ଉଦ୍ଧାର

କୁକୁଡାଖଣ୍ଡି,ବିଜୟ କୁମାର ଗୌଡ଼ : କୁକୁଡାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ କିଛି ଦିନ ଧରି ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ଅସହାୟ ଅବସ୍ଥାରେ ପଡି ରହିଥିଲେ। ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା। ୭୫ ବର୍ଷୀୟ ବୃଦ୍ଧଙ୍କୁ କେହି ଜଣେ ଛାଡି ଚାଲିଗଲେ ସୂଚନା l ସ୍ଥାନୀୟ ଲୋକଙ୍କ ସୂଚନା ପରେ ଆଜି କୁକୁଡାଖଣ୍ଡି ଗୋଷ୍ଠୀ ଉର୍ନୟନ ଅଧିକାରୀ ପଲ୍ଲବୀ ସ୍ୱାଇଁ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନଙ୍କ ସହଯୋଗ କ୍ରମେ ବୃଦ୍ଧଙ୍କୁ ପ୍ରଥମେ ଗୋଳନ୍ଥରା ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ୍ ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ବୃଦ୍ଧ ଜଣକ ୭୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ। ତାଙ୍କ ନାମ ମୁରଲୀ ମହାରଣା । ତାଙ୍କର ୩ ଝିଅ ଏବଂ ୨ ପୁଅ ବ୍ରହ୍ମପୁର ଶ୍ରୀରାମ ନଗର ସ୍ଥିତ ଗଙ୍ଗାଧର ନଗର ଅଞ୍ଚଳ ରହୁଥିବା ସୂଚନା | ବୟସର ଅପରାହ୍ନରେ ବୃଦ୍ଧ ବ୍ୟକ୍ତିଙ୍କୁ ଏଭଳି ଅଲଗା କରି ଜଗଦଳପୁରରେ ଛାଡି ଦେଇଥିବା ସୂଚନା ରହିଛି। ପରିଣତ ବୟସରେ ବାପାକୁ ଗ୍ରାମରେ ଛାଡି ଯେଉଁ ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି, ସମାଜ ତାଙ୍କୁ ଘୋର ନିନ୍ଦା ପ୍ରକାଶ କରିଛି। ଏଭଳି ଅମାନବୀୟ ଘଟଣା ପୁଣି ଥରେ ସମାଜରେ ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା କେତେ ଶୋଚନୀୟ ତାହା ପ୍ରମାଣିତ କରୁଛି। ପ୍ରଶାସନ ପକ୍ଷରୁ ବୃଦ୍ଧଙ୍କ ଚିକିତ୍ସା ଓ ପରିବାରକୁ ଖୋଜି ବାହାର କରିବା ସହ କୋଠର ନିଆଯିବାକୁ ଦାବି ହୋଇଛି l

Smart Computer Ad
You might also like
error: Content is protected !!