କନ୍ଧମାଳ : ୨୭/୦୮ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ମିଗୁଣପଦର ସ୍ଥିତ ୧୩୬ ବ୍ୟାଟାଲିୟନ ବିଏସଏଫ୍ର ‘ବି’ କମ୍ପାନୀ କ୍ୟାମ୍ପରେ ପବିତ୍ର ରକ୍ଷା ବନ୍ଧନ ପର୍ବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି।ଗୁରୁବାର ସକାଳ ୯ଟାରୁ ୧୦ଟା ୧୦ ମିନିଟ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମରବନ୍ଧ ପଞ୍ଚାୟତର ୱାର୍ଡ ସଦସ୍ୟ ରବିନ୍ଦ୍ର କହଁରଙ୍କ ନେତୃତ୍ୱରେ ୩୨ ଜଣ ମହିଳା କ୍ୟାମ୍ପକୁ ପହଞ୍ଚି ବିଏସଏଫ୍ ଯବାନମାନଙ୍କ ହାତରେ ରାଖୀ ବାନ୍ଧିଥିଲେ। ଏହି ଅବସରରେ ଭାଇ-ଭଉଣୀର ପବିତ୍ର ସମ୍ପର୍କ ସହିତ ଦେଶର ସୁରକ୍ଷାରେ ନିୟୋଜିତ




ଯବାନମାନଙ୍କ ପ୍ରତି ଗ୍ରାମବାସୀଙ୍କ ଭଲପାଇବା ଓ ସମ୍ମାନର ଭାବ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ବିଏସଏଫ୍ର ଜଣେ ଅଧିକାରୀ, ୬ ଜଣ ଅଧସ୍ଥନ ଅଧିକାରୀ ଓ ୨୦ ଜଣ ଯବାନ ସମେତ ମୋଟ ୨୭ ଜଣ ଯବାନ ଉପସ୍ଥିତ ଥିଲେ। ରକ୍ଷା ବନ୍ଧନ ପାଳନ ମାଧ୍ୟମରେ ବିଏସଏଫ୍ ଯବାନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ଆହୁରି ସୁଦୃଢ଼ ହୋଇଥିବା ଦେଖାଯାଇଛି।
