ବାତ୍ୟା ‘ଅର୍ଣ୍ଣବ’ ସଂକଟ: କନ୍ଧମାଳରେ ୨୯ରେ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି, ହାଇଆଲର୍ଟରେ ଶିକ୍ଷକ ଓ କର୍ମଚାରୀ

ବାଲିଗୁଡ଼ା : ୨୮/ ୧୦ : ସୁକାନ୍ତ କୁମାର ତ୍ରିପାଠୀ : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୯ ତାରିଖ (ଗୁରୁବାର) ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ:କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶନାମା (ସଂଖ୍ୟା- ୧୧୮୬) ଅନୁସାରେ:ସ୍କୁଲ୍ ଛୁଟି: ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଦ୍ୱାଦଶ (୧୨ଶ) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠପଢ଼ା ବନ୍ଦ ରହିବ।

ବାତ୍ୟା ‘ଅର୍ଣ୍ଣବ’ ସଂକଟ: କନ୍ଧମାଳରେ ୨୯ରେ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି, ହାଇଆଲର୍ଟରେ ଶିକ୍ଷକ ଓ କର୍ମଚାରୀ

ଅଙ୍ଗନବାଡ଼ି କେନ୍ଦ୍ର: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଉକ୍ତ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ।କର୍ତ୍ତବ୍ୟରେ ରହିବେ ଶିକ୍ଷକ ଓ କର୍ମଚାରୀ:ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଠପଢ଼ା ବନ୍ଦ ରଖାଯାଇଥିଲେ ହେଁ, କୌଣସି ଜରୁରୀକାଳୀନ ପରିସ୍ଥିତି ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟର ସଫଳ ମୁକାବିଲା ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳ (Headquarters) ରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି।ସମ୍ଭାବ୍ୟ ବାତ୍ୟା ଓ ବର୍ଷାଜନିତ ସମସ୍ୟାରୁ କୋମଳମତି ଶିଶୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Smart Computer Ad
You might also like
error: Content is protected !!