ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଚନ୍ଦ୍ରପୁର, କୈଳାଶ ମାଳବିଷୋୟୀ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ମିଟିଙ୍ଗ ହଲ ପରିଷରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭିନ୍ନକ୍ଷମ ହିତାଧକାରୀଙ୍କୁ ସରାକରଙ୍କ ବିଭିନ୍ନ ସୁବିଧା ଓ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରl ଯାଇଥିଲା l କାର୍ଯ୍ୟକ୍ରମ ରେ ୮୩ ଜଣ ଭିନ୍ନ କ୍ଷମ ଙ୍କ ପଞ୍ଜି କରଣ କରାଯାଇଥିଲା l ଏଥିରେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ୱାକା, ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସମ୍ୟକାନ୍ତ ବାଙ୍ଗୋଲୋ ଯୋଗଦେଇ ଶିବିରର ଶୁଭାରମ୍ବ କରି ଥିଲେ l ଭିନ୍ନକ୍ଷମ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଅଧିକାର ଓ ସରକାରୀ ସୁବିଧା ସୁନିଶ୍ଚିତ କରିବା ଦିଗରେ ଏଭଳି ଶିବିର ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତ ପ୍ରକାଶ କରିଛନ୍ତି l ଏହି ଶିବିରକୁ ଚନ୍ଦ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରସାଦ ରାଓ ତାମାରା ପୁ ପରି ଚାଳନା କରିଥିଲେ ଓ ଡାକ୍ତର ଏଲ କେ ସ୍ୱାମୀ ଅର୍ଥପେଡି ସ୍ପେଶlଲିଷ୍ଟ,, ମହେଶ୍ୱର ଦାଶ ଔଷଧ ବିଶେଷଜ୍ଞ, କଲ୍ୟାଣ ପ୍ରଧାନ ଓ ଅନ୍ୟାନ୍ୟ ଡାକ୍ତର ସମେତ ଅଙ୍ଗନୱାଡି କର୍ମୀ, ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ବିକାଶ କୁମାର ନାୟକ,ଏଇ ବିଶ୍ୱଜିତ ମିଶ୍ର,ଆଠଗୋଟି ପଞ୍ଚାୟତ ସମସ୍ତ ଏ ଡ଼ି ଓ ଓ ବ୍ଲକ କର୍ମଚାରି ସହଯୋଗ କରିଥିଲେ l

advertisement

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
Smart Computer Ad
You might also like
error: Content is protected !!