ଆଦିବାସୀ ମହାବିଦ୍ୟାଳୟରେ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା

ବାଲିଗୁଡ଼ା:୨୫/୦୮:ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ନେଇ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରବଣ କୁମାର ସାହୁକାର ଯୋଗଦେଇ ଅନ୍ଧବିଶ୍ୱାସ ଓ କୁସଂସ୍କାରର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ

ଆଦିବାସୀ ମହାବିଦ୍ୟାଳୟରେ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା

ଡ. ମଧୁସୂଦନ ମହାପାତ୍ର ଯୋଗଦେଇ ବୈଜ୍ଞାନିକ ଚିନ୍ତାଧାରା ଓ ସଚେତନତା ମାଧ୍ୟମରେ ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।ପରାମର୍ଶଦାତା ଶଙ୍କର ଦଳାଇ, ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା, ମନସ୍ତତ୍ତ୍ୱବିତ୍ ଅନ୍ୱେଷା ମହାପାତ୍ର,

ଆଦିବାସୀ ମହାବିଦ୍ୟାଳୟରେ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା

ଆଦିବାସୀ ମହାବିଦ୍ୟାଳୟରେ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା

ଅଧ୍ୟାପକ ସରୋଜ କୁମାର ପାଠୀ ଓ ହିମାଂଶୁ ଚରଣ ସାହୁ ପ୍ରମୁଖ ଯୋଗଦେଇ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ନେଇ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ।ଶିବିରର ଶେଷ ପର୍ଯ୍ୟାୟରେ ଲୋକକଳାକାର ଆନନ୍ଦେଶ୍ୱର ବେହେରଦଳାଇ ଲୋକନାଟ୍ୟ ମାଧ୍ୟମରେ ଅନ୍ଧବିଶ୍ୱାସର କୁପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ।ଏହି ସଚେତନତା ଶିବିରରେ

ବାରଖମା, ସାରଙ୍ଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ୨୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୨୨୦ ଜଣ ଶିବିରାର୍ଥୀ ଓ କାଉନସେଲର ଯୋଗଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଓ ସାମାଜିକ ସଚେତନତା ବୃଦ୍ଧି କରିବାରେ ଏହି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

ଆଦିବାସୀ ମହାବିଦ୍ୟାଳୟରେ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା
Smart Computer Ad
You might also like
error: Content is protected !!