ଶ୍ରୀକ୍ଷେତ୍ର ପୁରୀରୁ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ପାଖକୁ ଆସିଲା ପାଟ ରାକ୍ଷୀ, ବଳଦେବ ସେନା ପକ୍ଷରୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା
କେନ୍ଦ୍ରାପଡା [ବିଚିତ୍ର ସାହୁ]- ଆମ ମସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ରକ୍ଷା ବନ୍ଧନ ଅଟେ , ଏହି ଦିନରେ ସମସ୍ତ ଭଗିନୀ ମାନେ ତାଙ୍କ ଭାଇଙ୍କ ହସ୍ତ ରେ ରକ୍ଷା ବନ୍ଧନ କରିଥାନ୍ତି | ଶ୍ରୀ ବଳଭଦ୍ର ମହାପ୍ରଭୁ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମା ସୁଭଦ୍ରା ରକ୍ଷା ବନ୍ଧନ କରିଥାନ୍ତି ଏବଂ ଏହି ଦିନ ମଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ଜନ୍ମ ଦିବସ ଅଟେ, ମାତା ସୁଭଦ୍ରା ପ୍ରତି ବର୍ଷ ତାଙ୍କ ବଡ ଭାଇ ବଡ଼ ବାଡ ସାମନ୍ତ ତୁଳସୀ କ୍ଷେତ୍ର ଅଧିପତି ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କ ନିକଟକୁ ପାଟ ରାକ୍ଷୀ ପଠାଇଥାନ୍ତି ଏହି ବର୍ଷ ମଧ୍ୟ ଏହି ପରମ୍ପରା ଅନୁସାରେ ପାଟ ରାକ୍ଷୀ ଶୋଭାଯାତ୍ରା ମହା ଆଡମ୍ବରରେ ଶ୍ରୀକ୍ଷେତ୍ର ପୁରୀ ଧାମରୁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ପହଞ୍ଚି ଅଛି,ପ୍ରତି ବର୍ଷ ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦ ପକ୍ଷରୁ ଏହି ଭବ୍ୟ ଆୟୋଜନ ହୋଇଥାଏ | ତୁଳସୀ କ୍ଷେତ୍ରାଧୀପତିଙ୍କ ପାଖକୁ ଆସିଥିବା ଏହି ରାକ୍ଷୀକୁ ସମସ୍ତ ସ୍ଥାନ ମାନଙ୍କରେ ଭବ୍ୟ ସ୍ବାଗତ କରାଯାଇଥାଏ | ତେବେ ଚଳିତ ବର୍ଷ ପରିଷଦର ଆନ୍ତର୍ଜାତୀୟ ସଭାପତି ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାଶମହାପାତ୍ର, ରାକେଶ କୁମାର ପାଣିଗ୍ରାହୀ, ଆଶିଷ କୁମାର ସାହୁ, ଶୁଭେନ୍ଦୁ ସ୍ୱାଇଁ, ଡ ରିତା ସାହୁ, ରଞ୍ଜନ ବେହେରା ତନୁଜା ପାତ୍ର ,ହିମାଂଶୁ ଶେଖର ସାହୁ,ରବି ନାରାୟଣ ମହାପାତ୍ର ଓ ଅନ୍ୟ ସଦସ୍ୟଙ୍କ ଦ୍ଵାରା ଆସିଥିବା ଏହି ରାକ୍ଷୀକୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉ ଦେବାତ୍ତୋର ସଂସ୍ଥା ଓ ବଳଦେବ ସେନା ପକ୍ଷରୁ ସ୍ବାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା , ଟ୍ରଷ୍ଟ ବୋର୍ଡ ସଭାପତି ଶ୍ରୀଯୁକ୍ତ ନବକୃଷ୍ଣ ଜେନା ଓ ମନ୍ଦିର ଦେବତ୍ତୋର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ | ବଳଦେବ ସେନା ପକ୍ଷରୁ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଟ ରାକ୍ଷୀ ଶୋଭାଯାତ୍ରା ରେ ଆସିଥିବା ଭକ୍ତ ବୃନ୍ଦଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ପାଇଁ ପାରମ୍ପରିକ ବାଦ୍ୟ ଓ ଘଣ୍ଟ ଘଣ୍ଟି ର ଆୟୋଜନ କରାଯାଇ ଯାତ୍ରୀ ନିବାସରୁ ବଡ଼ ଦେଉଳକୁ ପାଛୋଟି ନିଆଯାଇଥିଲା | ବରିଷ୍ଠ ଦଇତାପତି ମା ସୁଭଦ୍ରା ଙ୍କ ବାଡଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସମହାପାତ୍ର ଓ ଅନ୍ୟ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ମାଳ ପ୍ରଦାନ ପ୍ରଦାନ କରାଯାଇଥିଲା,ଆମ ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ ରଖିବା ସ୍ୱରୂପ ପୁରୀ ସେବାୟତଙ୍କ ତରଫରୁ ବଳଦେବ ସେନା କୁ ଶ୍ରୀ ମହାପ୍ରସାଦ ଓ ରାକ୍ଷୀ ପ୍ରଦାନ କରାଯାଇଥିଲା, ଏହି ସମୟରେ ସଭାପତି-ପପୁନ କୁମାର ସ୍ୱାଇଁ .ସମ୍ପାଦକ-ଅମର ବାରିକ ମୁଖପାତ୍ର ଜ୍ୟୋତିରଞ୍ଜନ ପତ୍ରି କୋଷାଧ୍ୟକ୍ଷ ହିମାଂଶୁ ରାଉତ ,ଉମେଶ ବେହେରା, ପଦ୍ମ ଲୋଚନ ସାହୁ,ସାରଦା ପ୍ରଶନ ରାଉତରାୟ ଅମିୟ ପ୍ରଧାନ,ବିକାଶ ବେହେରା, ଅନିଶ ସୂତାର, ଖଗେଶ୍ବର ବେହେରା, ପାଗଳ ବେହେରାପ୍ରମୁଖ ଉପସ୍ଥିତ ଥିଲେ |

