ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା (ଉଲ୍ଲାସ) କାର୍ଯ୍ୟକ୍ରମ ଉଦ୍‌ଯାପିତ

ଛତ୍ରପୁର,(ବିଚିତ୍ର ସାହୁ):-

ଛତ୍ରପୁର ସ୍ଥିତ ପିଏମ୍‌ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଓ କର୍ମଶାଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି।ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଆବଶ୍ୟକତା ଏବଂ ଉଲ୍ଲାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ନିରକ୍ଷରତା ଦୂରୀକରଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ୍. ଶାରଦା ରେଡ୍ଡୀ, ସିଡିପିଓ ପ୍ରଣମିତା ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନମିତା ରାଉତ ଓ ସଂଯୁକ୍ତା ରଥ ଯୋଗଦେଇ ଅଶିକ୍ଷିତ ଓ ଅଧାରେ ପାଠ ଛାଡ଼ିଦେଇଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାକ୍ଷର କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିରକ୍ଷରଙ୍କୁ ସାକ୍ଷର କରିବା ସାମାଜିକ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ।କର୍ମଶାଳାର ପ୍ରଥମ ଦିନରେ ପ୍ରଧାନ ଶିକ୍ଷକମାନେ ଯୋଗଦେଇଥିବା ବେଳେ ଦ୍ୱିତୀୟ ଦିନରେ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସ୍ୱେଚ୍ଛାସେବୀ ଶିକ୍ଷକ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ବସନ୍ତ ପ୍ରଧାନ ଓ କୃଷ୍ଣଚନ୍ଦ୍ର ଦାଶ ପ୍ରଶିକ୍ଷକ ଭାବେ ତାଲିମ ପ୍ରଦାନ କରିଥିବା ବେଳେ କୈଳାଶ ପଣ୍ଡା, ଆଲୋକ ସେଠୀ, ସୁଶାନ୍ତ ସେଠୀ, ସମସ୍ତ ସିଆରସିସି ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା (ଉଲ୍ଲାସ) କାର୍ଯ୍ୟକ୍ରମ ଉଦ୍‌ଯାପିତ
advertisement
Smart Computer Ad
You might also like
error: Content is protected !!