ଉତ୍କଳ ନଗର ଡେ଼ଫେନ୍ସ କଲୋନୀରେ 80 ତ୍ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ରସାହୁ):-

ଆଜି ଆମ୍ଭର କଲୋନୀ ରେ 80 ତ୍ତମ ସ୍ୱାଧୀନତା ଦିବସ ହର୍ଷ ଉଲ୍ଲାସର ସହିତ ପାଳନ କରାଯାଇଛି. ଏଥିରେ କଲୋନୀ ଉପସଭାପତି ଶ୍ରୀ ତ୍ରିନାଥ ସାହୁ ପତାକା ଉତ୍ତୋଳନ କରିଥିଲେ ଏବଂ କଲୋନୀକୁ ଗୋଟିଏ ସ୍ଵଛ ସୁନ୍ଦର ଗଢିବାରେ ସମସ୍ତେ ଭାଗିଦାରୀ ହୁଅନ୍ତୁ ବୋଲି ମତବ୍ୟକ୍ତ ରଖିଥିଲେ. ତତସଙ୍ଗେସଙ୍ଗେ ତାଙ୍କରି ସହଯୋଗୀ ସେକ୍ରେଟାରୀ ଶ୍ରୀ ତ୍ରିନାଥ ପାଢ଼ୀ, କୋଷାଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ଶ୍ରୀ ଅମର ବିଳାସ ଜେନା, ଦେବେନ୍ଦ୍ର ସାହୁ, ରାମଚନ୍ଦ୍ର ସାସମଲ, ଭିକାରୀ ବେହେରା, ଅର୍ଜୁନ ସାହୁ, ତ୍ରିନାଥ ବେହେରା, p. C. Madala, ଏବଂ ନିରଞ୍ଜନ ବେହେରା ସହଯୋଗ କରିଥିଲେ. କଲୋନୀର ନାରୀଶକ୍ତି ଶ୍ରୀମତୀ ମମତା କୁମାରୀ ପାଢ଼ୀ, କୁନି ବେହେରା, ଶ୍ରୁତି ସାହୁ ରାଷ୍ଟ୍ରୀୟ ଗୀତ ଏବଂ ଦେଶାତ୍ମକବୋଧ ଗୀତ ଗାୟନ କରି ଉତ୍ସବ କୁ ମୁଖରିତ କରାଇଥିଲେ. ପରିଶେଷରେ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା vote of thanks ଜଣାଇ ଉତ୍ସବ କୁ ସମାପ୍ତ କରାଇ ଥିଲେ. ଜୟ ହିନ୍ଦ, ଜୟ ଭାରତ.

Smart Computer Ad
You might also like
error: Content is protected !!