ମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ଓ ହୀରକ ଜୟନ୍ତୀ ଉତ୍ସବ ପାଳିତ

ବାଲିଗୁଡ଼ା, ୧୫/୦୮: ସୁକାନ୍ତ କୁମାର ତ୍ରିପାଠୀ

‘ବନ୍ଦେ ମାତରମ୍’ ଥିମ୍‌କୁ ନେଇ ୮୦ତମ ସ୍ୱାଧୀନତା ଦିବସ ପାଳନ ସହ ବିଏସଏଫ୍‌ର ୬୦ ବର୍ଷର ସେବା, ତ୍ୟାଗ ଓ ଶକ୍ତିକୁ ସ୍ମରଣ କରି ‘ସୀମା ସୁରକ୍ଷା–୬୦ ବର୍ଷର ସେବା, ବଳିଦାନ ଓ ଶକ୍ତି’ ବିଷୟବସ୍ତୁ ଉପରେ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଛି।ବିଏସଏଫ୍‌ର ୧୩୬ ବାଟାଲିୟନ୍‌ର ‘ବି’ କମ୍ପାନୀ, ମିଗୁନପଦର ସିଓବି ପକ୍ଷରୁ ମିଗୁନପଦରଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୯ଟା ୩୦ରୁ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ କରିଥିଲେ। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବିଜେତାମାନଙ୍କୁ ଏହି ଅବସରରେ ପୁରସ୍କାର ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଏସଏଫ୍‌ର ଏସି ତଥା କମ୍ପାନୀ କମାଣ୍ଡର ଶ୍ରୀ ନିର୍ମଳ ଚନ୍ଦ୍ର ଦାସ, ସମରବନ୍ଧା ସରପଞ୍ଚ ଶ୍ରୀମତୀ ସୁଶୀଳା କହଁରଙ୍କ ସମେତ ୱାର୍ଡ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଓ ‘ବନ୍ଦେ ମାତରମ୍’ ଗାନ କରିଥିଲେ।ସାଉଲପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଟ୍ଟୁ ମଲିକଙ୍କ ସହ ୩୨ ଜଣ ଛାତ୍ରଛାତ୍ରୀ, ସାଉଲପଡ଼ା ଅଙ୍ଗନବାଡ଼ିର ୨୨ ଜଣ ଶିଶୁ, ମିଗୁନପଦର ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧୀର ବେହେରାଙ୍କ ସହ ୨୬ ଜଣ ଛାତ୍ରଛାତ୍ରୀ, ମିଗୁନପଦର ଅଙ୍ଗନବାଡ଼ିର ୧୮ ଜଣ ଶିଶୁ, ସମରବନ୍ଧା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଟୁ କହଁରଙ୍କ ସହ ୨୮ ଜଣ ଛାତ୍ରଛାତ୍ରୀ ଏବଂ ସମରବନ୍ଧା ଅଙ୍ଗନବାଡ଼ିର ୨୪ ଜଣ ଶିଶୁ ଯୋଗଦେଇଥିଲେ।ଏଥିସହ ମିଗୁନପଦର, ସମରବନ୍ଧା ଓ ସାଉଲପଡ଼ା ଗ୍ରାମର ପ୍ରାୟ ୧୮୦ ଜଣ ସାଧାରଣ ନାଗରିକ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଏସଏଫ୍ ପକ୍ଷରୁ ଏସି ଶ୍ରୀ ନିର୍ମଳ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଅଧିକାରୀ ଓ ଯବାନମାନେ ଉପସ୍ଥିତ ଥିଲେ।ଦେଶପ୍ରେମ, ସାଂସ୍କୃତିକ ଐତିହ୍ୟ ଓ ସୀମା ସୁରକ୍ଷାରେ ବିଏସଏଫ୍‌ର ଦୀର୍ଘ ୬୦ ବର୍ଷର ଗୌରବମୟ ସେବାକୁ ସ୍ମରଣ କରି ଆୟୋଜିତ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।

ମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ଓ ହୀରକ ଜୟନ୍ତୀ ଉତ୍ସବ ପାଳିତ
ମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ଓ ହୀରକ ଜୟନ୍ତୀ ଉତ୍ସବ ପାଳିତ
ମିଗୁନପଦରରେ ବିଏସଏଫ୍ ପକ୍ଷରୁ ସ୍ୱାଧୀନତା ଦିବସ ଓ ହୀରକ ଜୟନ୍ତୀ ଉତ୍ସବ ପାଳିତ
Smart Computer Ad
You might also like
error: Content is protected !!