ବାଲିଗୁଡ଼ାରେ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବାଲିଗୁଡ଼ା, ୧୫/୦୮: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତିର ସହ ପାଳିତ ହୋଇଛି।ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଡ. ମଧୁସୂଦନ ମହାପାତ୍ର ‘ବନ୍ଦେ ମାତରମ୍’ ଗାନ ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ଓ ଅବଦାନକୁ ସ୍ମରଣ କରିଥିଲେ।ନିଜ ଅଭିଭାଷଣରେ ଡ. ମହାପାତ୍ର ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାମାଜିକ ସମନ୍ୱୟ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ବରିଷ୍ଠ ନାଗରିକମାନେ ନିଜର ଅଭିଜ୍ଞତା ଓ ଜ୍ଞାନକୁ ସମାଜ ତଥା ଦେଶର ଉନ୍ନତିରେ ବିନିଯୋଗ କରିବାକୁ ସେ ଅନୁରୋଧ କରିଥିଲେ।ଏଥିସହ ନିଜ ଘର, ସାହି ଓ ଗାଁର ପରିବେଶକୁ ପରିଷ୍କାର ରଖିବା ସହ ସ୍ୱଚ୍ଛ ଭାରତ ଗଠନରେ ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଦେଶରୁ ଅଶିକ୍ଷା, କୁସଂସ୍କାର, ବାଲ୍ୟବିବାହ, ଘୃଣା ଓ ବିଦ୍ୱେଷ ଦୂର କରିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଶେଷରେ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

Smart Computer Ad
You might also like
error: Content is protected !!