କେ. ନୂଆଗାଁ CHCରେ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପୁରସ୍କାର ପ୍ରଦାନ

ବାଲିଗୁଡ଼ା: ୧୫/୦୮: ସୁକାନ୍ତ କୁମାର ତ୍ରିପାଠୀ

କେ. ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପକ୍ଷରୁ ୨୦୨୫-୨୦୨୬ ବର୍ଷ ପାଇଁ ବିଭିନ୍ନ ବିଭାଗରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ସେବା ପ୍ରଦାନ କରିଥିବା କର୍ମଚାରୀଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ପୁରସ୍କୃତ କରାଯାଇଛି। CHCର ପୁରସ୍କାର କମିଟି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ତାଲିକା ଅନୁଯାୟୀ, ‘ବେଷ୍ଟ ଇନ୍ ପରଫର୍ମାନ୍ସ’ ପୁରସ୍କାର ପାଇଁ ଡା. ପ୍ରିୟବ୍ରତ ପାଣିଗ୍ରାହୀ (BPHO), ଡା. ପ୍ରତ୍ୟୁଷ ସେନାପତି (2nd MO), ଅନିତା ନାୟକ (PHEO), ଡା. ମହେନ୍ଦ୍ର ପ୍ରଧାନ (BPM), ଅମୀର ସାହାଣୀ (BAM) ଓ ଜିତେନ୍ଦ୍ର ନାୟକ (BDM)ଙ୍କୁ ଚୟନ କରାଯାଇଛି।ସେହିପରି ‘ବେଷ୍ଟ CHO’ ପାଇଁ ଧରିତ୍ରୀ ମହାରଣା, ‘ବେଷ୍ଟ MPHW(F)’ ପାଇଁ ଦୀପ୍ତିଲତା ବିଶୋଇ, ‘ଅଲ୍ ରାଉଣ୍ଡର ଇନ୍ AAM ମ୍ୟାନେଜମେଣ୍ଟ’ ପାଇଁ ତାପସ୍ୱିନୀ ପ୍ରଧାନ ଓ ପ୍ରିୟଙ୍କା ପ୍ରଧାନ, ‘AAM ବେଷ୍ଟ ଇନ୍ ଫ୍ୟାମିଲି ପ୍ଲାନିଂ’ ପାଇଁ AAM ସାଇନପଡ଼ା ଏବଂ ‘ଲୋ CDR ଆଣ୍ଡ ଜିରୋ MDR AAM’ ପାଇଁ AAM ମଗଡଙ୍ଗିଆକୁ ସମ୍ମାନିତ କରାଯାଇଛି।ଏଥିସହ ‘ବ୍ରେଭରୀ ଆୱାର୍ଡ’ ପାଇଁ ଡା. ଭୁବନ ମୋହନ ବେହେରା, ଡା. ନିଖିଲ ଦାଶ, MHT ଟିମ୍ ଜିଡୁବାଡ଼ି, ଦୀପିକା ପ୍ରଧାନ, ଜୟନ୍ତୀ ପ୍ରଧାନ, ଅରାତି ସାହୁ ଓ ଅନ୍ତିମା ପ୍ରଧାନଙ୍କୁ ଚୟନ କରାଯାଇଛି।ପୁରସ୍କାର ପ୍ରଦାନ ସହ ଚିକିତ୍ସା ପାଇଁ CHCରେ ଭର୍ତ୍ତି ହୋଇଥିବା ଇନ୍‌ଡୋର ରୋଗୀମାନଙ୍କୁ ଫଳ ଓ ମିଠା ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ସ୍ୱାସ୍ଥ୍ୟକର୍ମୀମାନଙ୍କ ମନୋବଳ ବଢ଼ାଇବା ସହ ରୋଗୀଙ୍କ ପ୍ରତି ମାନବିକତା ଓ ସେବାଭାବକୁ ଆହୁରି ସୁଦୃଢ଼ କରିଛି।

Smart Computer Ad
You might also like
error: Content is protected !!