ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାଧୀନତା ଦିବସ ପାଳିତ

ବାଲିଗୁଡ଼ା, ୧୫/୦୮: ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଶନିବାର ସକାଳ ୭ଟା ୩୦ ମିନିଟ୍‌ ସମୟରେ ଉପଖଣ୍ଡ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଶ୍ରବଣ କୁମାର ସାହୁକାର ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପତାକା ଉତ୍ତୋଳନ ପରେ ଡାକ୍ତର ଶ୍ରବଣ କୁମାର ସାହୁକାର ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କରେ ଭାଷଣ ଦେଇଥିଲେ। ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ

YouTube video

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାଧୀନତା ଦିବସ ପାଳିତବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାଧୀନତା ଦିବସ ପାଳିତବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାଧୀନତା ଦିବସ ପାଳିତବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାଧୀନତା ଦିବସ ପାଳିତବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାଧୀନତା ଦିବସ ପାଳିତ

ସ୍ମରଣ କରିବା ସହ ଦେଶର ଉନ୍ନତି ଓ ଜନସେବା ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁନୀଲ ବେହେରାଙ୍କ ସମେତ ଲାବୋରେଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ, ଏଏନ୍‌ଏମ୍‌, ଷ୍ଟାଫ୍‌ ନର୍ସ, ସ୍ୱିପର ଓ ଅନ୍ୟାନ୍ୟ ଚିକିତ୍ସାଳୟ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତେ ଜାତୀୟ ପତାକାକୁ ସମ୍ମାନ ଜଣାଇ ସ୍ୱାଧୀନତା ଦିବସର ଗୌରବମୟ ଅବସରରେ ଅଂଶଗ୍ରହଣ କରିଥିଲେ।

Smart Computer Ad
You might also like
error: Content is protected !!