ବାଲିଗୁଡ଼ାରେ SIR-୨୦୨୬ ସଚେତନତା କାର୍ଯ୍ୟକ୍ରମ, ଭୋଟର ତାଲିକା ସଂଶୋଧନରେ ସହଯୋଗ ପାଇଁ ଆହ୍ୱାନ

ବାଲିଗୁଡ଼ା,୦୮/୦୬ : ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR-୨୦୨୬) ସମ୍ପର୍କରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳା, ବନବାସୀ ସେବା ସମିତିର ସଦସ୍ୟ, ବିଭିନ୍ନ ବର୍ଗର ନାଗରିକ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇ.ଆର.ଓ (ERO) ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ (IAS) ଯୋଗଦେଇ SIR-୨୦୨୬ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ

ବାଲିଗୁଡ଼ାରେ SIR-୨୦୨୬ ସଚେତନତା କାର୍ଯ୍ୟକ୍ରମ, ଭୋଟର ତାଲିକା ସଂଶୋଧନରେ ସହଯୋଗ ପାଇଁ ଆହ୍ୱାନ

କରିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରର ସୁଦୃଢ଼ତା ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହେବା ଆବଶ୍ୟକ। ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ସଂଶୋଧନ ପ୍ରକ୍ରିୟାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।ସହକାରୀ ଜିଲ୍ଲାପାଳ ଶ୍ରୀ ରୂପକ କୁଜୁର ଉପସ୍ଥିତ ଲୋକଙ୍କୁ SIR ପ୍ରକ୍ରିୟା ସମ୍ପର୍କରେ ସବିଶେଷ ଅବଗତ କରାଇଥିଲେ। ସେ ସୂଚନା ଦେଇଥିଲେ ଯେ, ବୁଥ ସ୍ତରୀୟ ଅଧିକାରୀ (BLO)ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ତେଣୁ ସମସ୍ତ ନାଗରିକ ERO, AERO ଓ BLOମାନଙ୍କୁ ସହଯୋଗ କରି ସଠିକ ଭୋଟର ତାଲିକା ପ୍ରସ୍ତୁତିରେ

ବାଲିଗୁଡ଼ାରେ SIR-୨୦୨୬ ସଚେତନତା କାର୍ଯ୍ୟକ୍ରମ, ଭୋଟର ତାଲିକା ସଂଶୋଧନରେ ସହଯୋଗ ପାଇଁ ଆହ୍ୱାନ

ସହଭାଗୀ ହେବାକୁ ସେ ଆହ୍ୱାନ ଜଣାଇଥିଲେ।କାର୍ଯ୍ୟକ୍ରମର ଆବାହକ ଶ୍ରୀ ତୀର୍ଥବାସୀ ଘୋଡ଼େଇ SIR-୨୦୨୬ର ସମୟସୀମା ଓ ବିଭିନ୍ନ ପ୍ରକ୍ରିୟାଗତ ଦିଗ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।ଏହି ଅବସରରେ ବନବାସୀ ସେବା ସମିତିର ଛାତ୍ରଛାତ୍ରୀମାନେ ଭୋଟର ସଚେତନତା ଉପରେ ଆଧାରିତ ସାଂସ୍କୃତିକ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ, ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା।ଶେଷରେ ବାଲିଗୁଡ଼ା ତହସିଲଦାର ଶ୍ରୀ ଦୀପ୍ତି ପ୍ରକାଶ ବେହେରା ମଞ୍ଚାସୀନ ଅତିଥି, ଏବିଡିଓ ଶ୍ରୀ ପ୍ରଦୀପ କୁମାର ବାଗ,

ବାଲିଗୁଡ଼ାରେ SIR-୨୦୨୬ ସଚେତନତା କାର୍ଯ୍ୟକ୍ରମ, ଭୋଟର ତାଲିକା ସଂଶୋଧନରେ ସହଯୋଗ ପାଇଁ ଆହ୍ୱାନ

ଏସ୍‌.ଡି.ଆଇ.ପି.ଆର୍‌.ଓ ଶ୍ରୀ ଶିବ ଶଙ୍କର ସମରଥ, ଏସ୍‌.ଏଚ୍‌.ଜି. ସଦସ୍ୟା, ବନବାସୀ ସେବା ସମିତିର ପ୍ରତିନିଧି, ସ୍ଥାନୀୟ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

You might also like
error: Content is protected !!