କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ, ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡା,୧୦/୦୬: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ବିଶିଷ୍ଟ ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲ୍ସର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦)ଙ୍କର ବୁଧବାର ସକାଳେ ବାଲିଗୁଡାସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ବାଲିଗୁଡା ଅଞ୍ଚଳ ସମେତ କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ଆଚାର୍ଯ୍ୟ ଜଣେ ମେଳାପୀ, ପରୋପକାରୀ, ବନ୍ଧୁବତ୍ସଳ ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ପରିଚିତ ଥିଲେ। ରାଜନୀତିକ ଜୀବନର ଆରମ୍ଭରୁ

କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ, ବିଭିନ୍ନ ମହଲରୁ ଶୋକ ପ୍ରକାଶ

ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳ ପ୍ରତି ନିଷ୍ଠାବାନ ରହି ବିଭିନ୍ନ ସମୟରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ଦାୟିତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ସମାଜସେବା, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ତାଙ୍କ ଅବଦାନ ଅଞ୍ଚଳବାସୀଙ୍କ ମନରେ ସ୍ମରଣୀୟ ହୋଇ ରହିବ।ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ଗଭୀର ମର୍ମାହତ ହୋଇଛନ୍ତି। ମୃତ୍ୟୁ ସମୟରେ ପୁଅ, ବୋହୂ, ନାତି, ନାତୁଣୀ ସମେତ ପରିବାରର ସମସ୍ତ ସଦସ୍ୟ ତାଙ୍କ ନିକଟରେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ବନ୍ଧୁ, ପରିଜନ ଓ ବିଶିଷ୍ଟ ବ୍ୟକ୍ତିବର୍ଗ

କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ, ବିଭିନ୍ନ ମହଲରୁ ଶୋକ ପ୍ରକାଶ

ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପରବର୍ତ୍ତୀ ସମୟରେ ବଜାର ସାହିସ୍ଥିତ ଆଚାର୍ଯ୍ୟ କଲୋନୀର ନିଜ ବାସଭବନରୁ ତାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ରହି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ମରଶରୀରକୁ ପୁରୀ ସ୍ଥିତ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା। ସେଠାରେ ବଡ଼ ପୁଅ ମାନସ ରଞ୍ଜନ ଆଚାର୍ଯ୍ୟ ମୁଖାଗ୍ନି ଦେବା ପରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।

କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ, ବିଭିନ୍ନ ମହଲରୁ ଶୋକ ପ୍ରକାଶ

You might also like
error: Content is protected !!