ବାଲିଗୁଡ଼ା,୧୧/୦୬: ସୁକାନ୍ତ କୁମାର ତ୍ରିପାଠୀ
ରୋମାନିଆରେ ଆୟୋଜିତ ବିଶ୍ୱ ଥିଏଟର ଫେଷ୍ଟିଭାଲରେ ସାନ୍ତାଳୀ ଭାଷାରେ ୱିଲିୟମ୍ ସେକ୍ସପିଅରଙ୍କ ନାଟକ ମଞ୍ଚସ୍ଥ କରି ଆନ୍ତର୍ଜାତୀୟ ସ୍ତରରେ ଇତିହାସ ସୃଷ୍ଟି କରିଥିବା କିସ୍ସର ଜନଜାତି ଛାତ୍ରଛାତ୍ରୀମାନଙ୍କୁ କନ୍ଧମାଳ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।କ.ନୂଆଗାଁ ବ୍ଲକର କୁଡୁତୁଲି ଛକରେ ଛାତ୍ରଛାତ୍ରୀମାନେ ପହଞ୍ଚିବା ପରେ କିସ୍ସ ଅଭିଭାବକ ସଂଘ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ସେମାନଙ୍କୁ ଉଷ୍ମ ସ୍ୱାଗତ ଜଣାଯାଇଥିଲା। ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟଯନ୍ତ୍ରର ତାଳେ ତାଳେ ଛାତ୍ରଛାତ୍ରୀମାନଙ୍କୁ ଶୋଭାଯାତ୍ରାରେ ସ୍ଥାନୀୟ ଆଦିବାସୀ ସାଂସ୍କୃତିକ ଭବନ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କଂହର, କ.ନୂଆଗାଁ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଏବଂ ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଳିକ ପ୍ରମୁଖ ଯୋଗଦେଇ କିସ୍ସ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ରୋମାନିଆରେ ସାନ୍ତାଳୀ ଭାଷାରେ ନାଟକ ମଞ୍ଚସ୍ଥ କରି ଓଡ଼ିଶାର ଜନଜାତି ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏକ ଗୌରବର ବିଷୟ।ବିଶେଷକରି କିସ୍ସ-କିଟ୍ ପକ୍ଷରୁ ରୋମାନିଆ ଯାଇଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଓ କୋଟଗଡ଼ ବ୍ଲକର ଦୁଇଜଣ ଛାତ୍ରଛାତ୍ରୀ ସାମିଲ ଥିବାରୁ ସମଗ୍ର ଜିଲ୍ଲା ପାଇଁ ଏହା ଗର୍ବର ବିଷୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଉପସ୍ଥିତ ଅତିଥି, କିସ୍ସ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ କିସ୍ସ ଏବଂ କିଟ୍ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ତାଙ୍କର ପ୍ରୟାସ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ଆଜି ବିଶ୍ୱ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି।ସ୍ୱଦେଶ ଫେରିବା ପରେ ନିଜ ଜନ୍ମମାଟିରେ ଏଭଳି ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ଆନନ୍ଦ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, କିସ୍ସରେ ଶିକ୍ଷାଲାଭ କରିବାର ସୁଯୋଗ ମିଳିଥିବାରୁ ଆଜି ସେମାନେ ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇପାରିଛନ୍ତି। ଏହି ସଫଳତା ଆଗାମୀ ପିଢ଼ିର ଜନଜାତି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିବ ବୋଲି ସେମାନେ ମତ ରଖିଛନ୍ତି ।
ଫେଷ୍ଟିଭାଲରେ ସୁନାମ ଅର୍ଜନ କରିଥିବା କିସ୍ସ ଛାତ୍ରଛାତ୍ରୀଙ୍କୁ କନ୍ଧମାଳରେ ଭବ୍ୟ ସମ୍ବର୍ଦ୍ଧନାବାଲିଗୁଡ଼ା,୧୧/୦୬: ସୁକାନ୍ତ କୁମାର ତ୍ରିପାଠୀ ରୋମାନିଆରେ ଆୟୋଜିତ ବିଶ୍ୱ ଥିଏଟର ଫେଷ୍ଟିଭାଲରେ ସାନ୍ତାଳୀ ଭାଷାରେ ୱିଲିୟମ୍ ସେକ୍ସପିଅରଙ୍କ ନାଟକ ମଞ୍ଚସ୍ଥ କରି ଆନ୍ତର୍ଜାତୀୟ ସ୍ତରରେ ଇତିହାସ ସୃଷ୍ଟି କରିଥିବା କିସ୍ସର ଜନଜାତି ଛାତ୍ରଛାତ୍ରୀମାନଙ୍କୁ କନ୍ଧମାଳ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।କ.ନୂଆଗାଁ ବ୍ଲକର କୁଡୁତୁଲି ଛକରେ ଛାତ୍ରଛାତ୍ରୀମାନେ ପହଞ୍ଚିବା ପରେ କିସ୍ସ ଅଭିଭାବକ ସଂଘ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ସେମାନଙ୍କୁ ଉଷ୍ମ ସ୍ୱାଗତ ଜଣାଯାଇଥିଲା। ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟଯନ୍ତ୍ରର ତାଳେ ତାଳେ ଛାତ୍ରଛାତ୍ରୀମାନଙ୍କୁ ଶୋଭାଯାତ୍ରାରେ ସ୍ଥାନୀୟ ଆଦିବାସୀ ସାଂସ୍କୃତିକ ଭବନ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କଂହର, କ.ନୂଆଗାଁ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଏବଂ ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଳିକ ପ୍ରମୁଖ ଯୋଗଦେଇ କିସ୍ସ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ରୋମାନିଆରେ ସାନ୍ତାଳୀ ଭାଷାରେ ନାଟକ ମଞ୍ଚସ୍ଥ କରି ଓଡ଼ିଶାର ଜନଜାତି ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏକ ଗୌରବର ବିଷୟ।ବିଶେଷକରି କିସ୍ସ-କିଟ୍ ପକ୍ଷରୁ ରୋମାନିଆ ଯାଇଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଓ କୋଟଗଡ଼ ବ୍ଲକର ଦୁଇଜଣ ଛାତ୍ରଛାତ୍ରୀ ସାମିଲ ଥିବାରୁ ସମଗ୍ର ଜିଲ୍ଲା ପାଇଁ ଏହା ଗର୍ବର ବିଷୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଉପସ୍ଥିତ ଅତିଥି, କିସ୍ସ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ କିସ୍ସ ଏବଂ କିଟ୍ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ତାଙ୍କର ପ୍ରୟାସ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ଆଜି ବିଶ୍ୱ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି।ସ୍ୱଦେଶ ଫେରିବା ପରେ ନିଜ ଜନ୍ମମାଟିରେ ଏଭଳି ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ଆନନ୍ଦ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, କିସ୍ସରେ ଶିକ୍ଷାଲାଭ କରିବାର ସୁଯୋଗ ମିଳିଥିବାରୁ ଆଜି ସେମାନେ ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇପାରିଛନ୍ତି। ଏହି ସଫଳତା ଆଗାମୀ ପିଢ଼ିର ଜନଜାତି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିବ ବୋଲି ସେମାନେ ମତ ରଖିଛନ୍ତି ।