ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନରୁ ୨ ରୁ ୩ ମାସ ର ଶିଶୁପୁତ୍ର ଉଦ୍ଧାର

ଖୋର୍ଦ୍ଧା(ସଞ୍ଜୀବ କୁମାର):-

ଖୋର୍ଦ୍ଧାରୋଡ଼ ପ୍ଲାଟଫର୍ମ ନମ୍ବର ୪ ରେ ଲାଗିଥିବା ଝାନ୍ସୀ ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନରୁ ୨ ରୁ ୩ ମାସ ର ଶିଶୁପୁତ୍ର ଉଦ୍ଧାର କରିଛି ଆର୍ ପି ଏଫ୍ Iଆର ପି ଏଫ ର ରାଉଣ୍ଡଅଫ ବେଳେ ଟ୍ରେନ ର ଜେନେରାଲ ବଗିରେ କୌଣସି ଯାତ୍ରୀ ନଥିବା ବେଳେ ଶିଶୁ ପୁତ୍ର ଶୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ଆର ପି ଏଫ I ଶିଶୁ ପୁତ୍ର ଉଦ୍ଧାର ପରେ ଆର ପି ଏଫ ଡାକବାଜି ଯନ୍ତ୍ର ମାଧ୍ୟମରେ ଯାତ୍ରୀ ମାନଙ୍କୁ ଅବଗତ କରାଇଥିଲେ Iଶିଶୁ ପୁତ୍ର ର କେହି ପରିଜନ ନ ଆସିବାରୁ ଶିଶୁ ପୁତ୍ର ର ସ୍ୱାସ୍ଥ୍ୟ ଅବସ୍ଥା ରେଲୱେ ମେଡିକାଲ ରେ ଯାଞ୍ଚ କରାଯାଇ ତାକୁ ସ୍ଵେଚ୍ଛାସେବୀ ସଂଗଠନ ସୋଚ ଏବଂ C W C କୁ ହସ୍ତାନ୍ତର କରାଯାଇଛି I

You might also like
error: Content is protected !!