ନୟାଗଡ,ପ୍ରଭାକର ଶିରୋମଣି: କଣ୍ଟିଲୋ / ସ୍ଥାନୀୟ ନୀଳମାଧଵ ମହାବିଦ୍ୟାଳୟ ର ୪୯ ତମ ବାର୍ଷିକ ଉତ୍ସବ ଶୁକ୍ରବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ସଭା ରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ପରୀକ୍ଷା କରି ମଂଚାସୀନ ଅତିଥି ମାନଙ୍କ ଠାରୁ ପୁରସ୍କାର ଦିଆ ଇଥିଲେ l ବର୍ତ୍ତମାନ କଲେଜ ଓ ଛାତ୍ରୀ ମାନଙ୍କର ଅସୁବିଧାକୁ କଲେଜଅଧ୍ୟକ୍ଷାଙ୍କ ବିବରଣୀରୁ ଶୁଣିବା ପରେ ପ୍ରାଚୀର ନିର୍ମାଣ, ପାନୀୟ ଜଳ ଯୋଗାଣ ସହିତ କାଲେଜ ସମ୍ମୁଖ ରାସ୍ତାରେ ବସ ଷ୍ଟପ ପାଇଁ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ଆସନ୍ତା ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଈଁ ଆଜିଠାରୁ ପ୍ରସ୍ତୁତ ରହିବାକୁ ବିଧାୟକ ଶ୍ରୀ ସ୍ୱାଇଁ କହିଥିଲେ l ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ତଥା ନୟାଗଡ଼ ଜିଲ୍ଲା ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର , ଖଣ୍ଡପଡା ବିଡ଼ିଓ ଅଙ୍କୁର ଅଭିଳାଷ, ଖଣ୍ଡପଡା ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀ, ସମାଜ ସେବୀ ଅଖିଳ କୁମାର ମହାରଣା,ଖଣ୍ଡପଡା ଏସଡିପିଓ ମଦନ ମୋହନ ପ୍ରଧାନ, କଟକ ସାଂସଦଙ୍କ ବ୍ଳକ ପ୍ରତିନିଧି ଚନ୍ଦ୍ର କାନ୍ତ ବାଳିୟାର ସିଂ ଓ ଛାତ୍ର ସଂଗଠନ ଉପଦେଷ୍ଟା ଅଧ୍ୟାପକ ଓମ ପ୍ରକାଶ ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ନନ୍ଦିତା ବାରିକ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ କଲେଜ ତଥା ଛାତ୍ର ଛାତ୍ରୀ ମାନଙ୍କର ଅଭାବ ଅସୁବିଧା ଦର୍ଶାଇବାge ସହିତ ପରିସରରେ ନୂତନ ଗୃହ ନିର୍ମାଣ ତୁରନ୍ତ କରିବାକୁ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ରମେଶ କୁମାର ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡ଼ ନିରୋଦ କୁମାର ମନ୍ତ୍ରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ବାର୍ଷିକ ଉତ୍ସବ ଶେଷରେ ଅଧ୍ୟାପକ ହୃଷିକେଶ ମିଶ୍ର ଧନ୍ୟ ବାଦ ଅର୍ପଣ କରିଥିଲେ l ବାର୍ଷିକ ଉତ୍ସବ ଅବସର ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ l