ନୟାଗଡ଼,12/08 [ପ୍ରଭକାର ଶିରୋମଣି]: ନୟାଗଡ଼ ଜିଲ୍ଲାର ପ୍ରମୁଖ ପର୍ଯଟନ ସ୍ଥଳୀ ତଥା ଶିଳ୍ପୀ ଗ୍ରାମ ରୂପେ ପରିଚିତ କଣ୍ଟିଲୋ ରେ ନିର୍ମାଣ ହେଵ ୨୪ x ୭ ଘଣ୍ଟିଆ ସ୍ୱାସ୍ଥ୍ୟ କେନ୍ଦ୍ର। ସ୍ୱାସ୍ଥ୍ୟ କେନ୍ଦ୍ର ଶିଳାନ୍ୟାସ ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ଦ୍ୱାରା କରାଯିବ ବୋଲି ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ,ପୂର୍ଵ ସରକାରଙ୍କ ସମୟ ରେ କଣ୍ଟିଲୋ ଠାରେ ଏକ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ୨କୋଟି ୨୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ ମଧ୍ୟ ଆବଶ୍ୟକ ଥିବା ୨ଏକର ଜାଗା ପାଇଁ ସମସ୍ୟା ଦେଖା ଦେଇଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା। ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ସରକାର ଉକ୍ତ ଅନୁଦାନ ରାଶି ବୃଦ୍ଧି କରି ପ୍ରାୟ ୩ କୋଟି ୪୫ ଲକ୍ଷ ଟଙ୍କା ର ବର୍ଦ୍ଧିତ ଅନୁଦାନ ଘୋଷଣା କରିଛନ୍ତି ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ସ୍ୱାଇଁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଙ୍କୁ ସାକ୍ଷାତ କରିବା ପରେ ଖୁବ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିପ୍ରସ୍ତର କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି କହିଛନ୍ତି।ଏହି ପରି ପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ଆର୍ଥିକ ସ୍ଥିତି ମଞ୍ଜୁରୀ ଲାଭ କରିଥିଲା ବେଳେ ଖୁବ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବ ଓ ଭୁବନେଶ୍ୱରସ୍ଥିତ ଓଡିଶା ରାଜ୍ୟ ପୁଲିସ ହାଉସିଙ୍ଗ ୱେଲ ଫେୟାର କର୍ପୋରେସନ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବ ବୋଲି ଜାଣିବାକୁ ମିଳିଛି l ନୂତନ ଧରଣର ଏହି ୨୪ x ୭ ମେଡିକାଲ ହେଲା ପରେ କଣ୍ଟିଲୋ,, ବଡ଼ ବାଣପୁର, ସିଧାମୁଳା, ଧାନଚାଙ୍ଗଡ଼ା ପଥର ଚକଡା, କେନ୍ଦୁପଲ୍ଲୀ ଓ ବେଣାଗାଡ଼ିଆ ପଞ୍ଚାୟତ ର ପ୍ରାୟ ୮୦ ହଜାର ଲୋକ ଉପକୃତ ହେବେ ଓ ଅନେକ ରୋଗୀ ବାହାରକୁ ନଯାଇ ଏଠାରେ ଚିକିତ୍ସା ହୋଇ ପାରିବେ ବୋଲି କୁହାଯାଉଛି l ପ୍ରଥମ ପର୍ଯ୍ୟାୟ ରେ ୧କୋଟି ୪୫ ଲକ୍ଷ ୭୪ ହଜାର ୭୦୭ ଟଙ୍କା ମଞ୍ଜୁର ହୋଇଥିବା ପ୍ରକାଶ l