ହାଇୱା ଗାଡି ଧକ୍କାରେ ଜଣେ ମୃତ : ରାସ୍ତା ଅବରୋଧ : ରିଲିଫ ପାଣ୍ଠିରୁ ୪ ଲକ୍ଷ ଅନୁକମ୍ପା ରାଶି

ନୟାଗଡ, 12/08 (ପ୍ରଭାକର ଶିରୋମଣି ) : ନୟାଗଡ ଜିଲ୍ଲା ଭାପୁର ବ୍ଳକ ସୀମାନ୍ତ କଣ୍ଟିଲୋ ନିକଟସ୍ଥ କୁକୁଡ଼ା ଖାଇ ପୋଲ ଟାରେ ଏକ ହାଇୱା ଗାଡି ଧକ୍କାରେ ଜଣେ ବ୍ୟକ୍ତି ର ମୃତ୍ୟୁ ଘଟିଥିବା ଜଣାଯାଇଛି l ଖବର ରୁ ପ୍ରକାଶ ଯେ, ଆଜି ସୋମବାର ସକାଳେ ଫତେଗଡ଼ ଥାନା ଅନ୍ତର୍ଗତ ପଥର ଚକଡା ଗ୍ରାମର ନିରଞ୍ଜନ ଗୋଛି ହଳ ଲଙ୍ଗଳ ନେଇ ଜମି କୁ ଯାଉଥିଲା ବେଳେ କଣ୍ଟିଲୋ ଅଭିମୁଖେ ଦ୍ରୁତ ଗତିରେ ଅସୁଥିବା ଓ ଡି ୩୩ଏ ଆର ୪୦୮୦ ନଂ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ସେ ମୃତ୍ୟୁ ବରଣ କରିଥିବା କୁହାଯାଉଛି l ଦୁର୍ଘଟଣା ପରେ ପରେ ଡ୍ରାଇଭର ଗାଡିକୁ ନେଇ କଣ୍ଟିଲୋ ପୁଲିସ ଫାଣ୍ଡିରେ ଆତ୍ମ ସମର୍ପଣ  କରିଥିବା ଜଣାପଡ଼ିଛି l ଦୁର୍ଘଟଣା ଖବର ପାଇ ନିକଟ ସ୍ଥାନୀୟ ଜନସାଧାରଣ ଉତ୍ତ୍ୟକ୍ତ ହୋଇ ୪୮ ନଂ ରାଜ୍ୟରାଜପଥକୁ ଅବରୋଧ କରିବା ସଙ୍ଗେ ସଙ୍ଗେ କ୍ଷତି ପୂରଣ ଦାବିପାଇଁ ନାରା ଦେଇଥିଲେ l ଫଳରେ  ଯାନବାହାନ ଚଳାଚଳ ଜନସାଧାରଣ ଙ୍କ ଯାତାୟତ ବ୍ୟାହତ ହୋଇଥିଲା l   ଖବର ପାଇ ଫତେଗଡ଼ ଥାନା ପୁଲିସ ସହ ଅନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ l ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଘଟଣା ସ୍ଥଳକୁ ଆସି ବୁଝା ସୁଝା କରିବା ପରେ ରାସ୍ତା ଅବରୋଧକୁ ମଧ୍ୟାହ୍ନ ପରେ ଉଠାଇ ଦିଆଯାଇଥିଲା l ବିଧାୟକ ଙ୍କ ହସ୍ତକ୍ଷେପ ଫଳରେ ରାସ୍ତା ରୋକ ହଟିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରିଲିଫ ପାଣ୍ଠି ରୁ ବିପନ୍ନ ପରିବାର ଙ୍କୁ ୪ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି l ଅପର ପକ୍ଷେ ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଯୋଗିଆ ପଲ୍ଲୀ ନିକଟରେ ସଡ଼କ ଦୁର୍ଘଟଣା ରେ ସୋମବାର ପ୍ରାଣ ହରାଇଥିବା ମନୋଜ ପ୍ରଧାନ ଙ୍କ ପୁତ୍ର ବଳରାମପ୍ରଧାନ ଙ୍କ ପରିବାର ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ପ୍ରଚେଷ୍ଟା ରେ ୪ ଲକ୍ଷ ଟଙ୍କା ମଜୁର ହୋଇଥିବାରୁ ଜନସାଧାରଣ ସନ୍ତୋଷ ଲାଭ କରିଥିବା ଜଣାଯାଇଛି l

You might also like
error: Content is protected !!