ସବୁ ସ୍କୁଲରେ ଲାଗିବ ସିସିଟିଭି- ମନ୍ତ୍ରୀ

ଭୁବନେଶ୍ୱର, ଏସ ଏମ ପି:- ରାଜ୍ୟରେ ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦନ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ସିବିଏସଇ ସ୍କୁଲ ଭଳି ରାଜ୍ୟର ସବୁ ସ୍କୁଲରେ ସିସିଟିଭି ଲଗାଯିବ । ଏପରିକି ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶିଶୁ ସୁରକ୍ଷା ଆୟୋଗର ମାର୍ଗଦର୍ଶିକା ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

You might also like
error: Content is protected !!