ଅଙ୍ଗଦାନ ଏକ ସାମାଜିକ ସଚେତନତା

ନୟାଗଡ,23/07(ପ୍ରଭାକର ଶିରୋମଣି) :               ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଗ୍ରାମ ପଞ୍ଚାୟତର ଫକୀର ଅତବୁଦ୍ଧି ପାଟଣା ସାହିର ଜଣେ ଉଦ୍ଦୀୟମାନ ଯୁବକ ସ୍ବର୍ଗତ ସନାତନ ବେହେରା ଙ୍କ ପୁତ୍ର ସୌମ୍ୟ ରଞ୍ଜନ ବେହେରା l ବୟସ ମାତ୍ର ୩୭ ଵର୍ଷ l ଡାକନାମ “ଦେବାଶିଷ” l ମୃତ୍ୟୁ ପୂର୍ବ ରୁ ସେ ଚାହିଁ ଥିଲେ ଯେଉଁ ନିର୍ଦ୍ଧନ ବ୍ୟକ୍ତି ଅର୍ଥ ଅଭାବାରୁ କିଡ଼ନୀ ଓ ଲିଭର ପ୍ରତିରୋପଣ କରି ପାରୁ ନାହାନ୍ତି ସେମାନଂକୁ ସାହାଯ୍ୟ କରିବାକୁ ପରିବାର ବର୍ଗ ଇଛା ପ୍ରକାଶ କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ କାଳ ଚକ୍ର କବଳରେ ପଡି ଗତ ୧୫  ତାରିଖରେ ଭୁବନେଶ୍ୱର ସ୍ଥିତ ” କିମସ ” ହସ୍ପିଟାଲ ରେ ସୌମ୍ୟ ମୃତ୍ୟୁ ବରଣ କରିଥିଲେ l ପ୍ରତିଶୃତି ଅନୁଯାୟୀ ଅଙ୍ଗଦାନ କରିବା ପରେ ବିଧି ଅନୁସାରେ ରାଜ୍ୟ ସରକାରଙ୍କ ପୁରୀ ଜିଲ୍ଲା ପ୍ରଶାସନର ପଦସ୍ଥ ଅଧିକାରୀ ଓ ପୁଲିସ ବିଭାଗ ସହାୟତାରେ ପୁରୀ ସ୍ୱର୍ଗ ଦ୍ୱାର ଠାରେ ଗାର୍ଡ ଅଫ  ଅନର ତଥା ତୋପ ସଳାମି ଦିଆ lଯାଇ ଶେଷ କୃତ୍ୟ ସମ୍ପନ୍ନ କରା ଯାଇଥିଲା l ଉଲ୍ଲେଖ ଯୋଗ୍ୟ ଯେ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ ଏପରି ସ୍ବେଛାକୃତ ଅଙ୍ଗଦାନ ପ୍ରଥମ ହୋଇଥିବାରୁ ସମାଜ ପ୍ରତି ତାଙ୍କର ଏହି ମହତ ଦାନ ଯୋଗୁଁ ଆଜି ମଙ୍ଗଳବାର ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ କଣ୍ଟିଲୋ ଗ୍ରାମପଞ୍ଚାୟତର ସର୍ବ ସାଧାରଣ ଙ୍କ ପକ୍ଷରୁ ଏକ  ସଭା ଅନୁଷ୍ଠିତ କରାଯାଇ ସ୍ବର୍ଗତ ଆତ୍ମା ର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ ତାଙ୍କର ଏହି ମହନୀୟତା ଗୁଣ ଯୋଗୁ କାଳ କାଳ ପାଇଁ ସେ ଅମର ରହିବେ ବୋଲି ଉପସ୍ଥିତ ଗ୍ରାମବାସୀ  ମତ ପ୍ରକାଶ  କରିଥିଲେ l ଏହି ସଭାରେ କଣ୍ଟିଲୋ ଜୋନ ଜିଲ୍ଲା ପରିଷଦ ସଭ୍ୟା ଉଜ୍ୱଳ ମହାରଣା, ଖଳିସାହି ଜିଲ୍ଲା ପରିଷଦ ଜୋନ ସଭ୍ୟ ରାମେଶ୍ୱର ଶତପଥୀ,ଙ୍କଣ୍ଟିଲୋ ସରପଞ୍ଚ ଶ୍ରୀୟାରାଣୀ ବେହେରା କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ  ପ୍ରମୁଖ ଅତିଥି ଭାବରେ ଉପ ସ୍ଥିତ ରହି  ଅଙ୍ଗଦାନ କରି ସୌମ୍ୟ ରଞ୍ଜନ କଣ୍ଟିଲୋ ଓ ଏହାର ଆଖ ପାଖ ଅଞ୍ଚଳରେ ଯଶ ଅର୍ଜନ କରି କାଳ କାଳକୁ ଅମର ରହିଲେ ବୋଲି ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବଡ଼ ଭାଇ ରବୀନ୍ଦ୍ର କୁମାର ବେହେରା ଓ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲା ବେଳେ ଗ୍ରାମ ପଞ୍ଚାୟତ ପକ୍ଷରୁ ଶୋକ ସନ୍ତପ୍ତ ପରିବାର ଙ୍କୁ ସରପଞ୍ଚ ଶ୍ରୀୟା ରାଣୀ ବେହେରା ଅନୁକମ୍ପା ମୂଳକ ୧୦ ହଜାର ଟଙ୍କାର l ଏକ ଚେକ ପ୍ରଦାନ କରିଥିଲେ l ସର୍ବ ସମ୍ମତି କ୍ରମେ ସ୍ବର୍ଗତ ସୌମ୍ୟ ରଞ୍ଜନ ଙ୍କ କୀର୍ତ୍ତି କୁ ଆଗାମୀ ପୀଡ଼ିଙ୍କ ଉଦାହରଣ ପାଇଁ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଏକ ପ୍ରସ୍ତାବ ଗୃହୀତ ଜୋଇଥିଲା. l ଏହି କାର୍ଯ୍ୟକ୍ରମ କୁ ସାମ୍ୱାଦିକ ପ୍ତଭାକର ଶିରୋମଣି ସଂଯୋଜନା କରିଥିଲେ. l             

You might also like
error: Content is protected !!