ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ନ୍ୟୁଜ ନର୍ଭ :- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, “ଭାରତର ସ୍ୱାଧୀନତା ପ୍ରାପ୍ତିରେ ତାଙ୍କର ଭୂମିକା ଅତ୍ୟନ୍ତ ମୂଲ୍ୟବାନ ଏବଂ ଏହା ଆମ ଯୁବପିଢ଼ିଙ୍କୁ ସାହସ ତଥା ଦୃଢ଼ତାର ସହିତ ନ୍ୟାୟ ସପକ୍ଷରେ ଠିଆ ହେବାକୁ ପ୍ରେରଣା ଦିଏ ।”ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;“ଚନ୍ଦ୍ର ଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ସେ ଅତୁଳନୀୟ ବୀରତ୍ୱ ଏବଂ ଦୃଢ଼ତାର ପ୍ରତିମୂର୍ତ୍ତି ଥିଲେ । ଭାରତର ସ୍ୱାଧୀନତା ପ୍ରାପ୍ତିରେ ତାଙ୍କର ଭୂମିକା ଅତ୍ୟନ୍ତ ମୂଲ୍ୟବାନ ଏବଂ ଏହା ଆମ ଯୁବପିଢ଼ିଙ୍କୁ ସାହସ ତଥା ଦୃଢ଼ତାର ସହିତ ନ୍ୟାୟ ସପକ୍ଷରେ ଠିଆ ହେବାକୁ ପ୍ରେରଣା ଯୋଗାଇ ଥାଏ ।”

You might also like
error: Content is protected !!