ଗଜପତି ଜିଲ୍ଲାପାଳ ହେଲେ ମିସ୍ ମଧୁସ୍ମିତା

ଆର,ଉଦୟଗିରି, ୨୩/୭/(ମନୋଜ ପାଢୀ): ଗତ କାଲି ରାଜ୍ୟ ସରକାର ଏକ ବଡ଼ ଧରଣର ଆଇ ଏ ଏସ ମାନଙ୍କ ବଦଳି କରିଛନ୍ତି। ସେଥି ମଧ୍ୟରୁ ଗଜପତି ଜିଲ୍ଲାପାଳ ଥିବା ବିଜୟ କୁମାର ଦାସ(ଆଇ ଏ ଏସ) ଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ଅତିରିକ୍ତ ସଚିବ ଭାବେ ବଦଳି କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦସି ଡି ଓ ତଥା ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ମିସ୍ ମଧୁସ୍ମିତା ( ଆଇ ଏ ଏସ )ଙ୍କୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତ କରିଥିବା ଜଣାପଡିଛି। ଗଜପତି ଜିଲ୍ଲା ରୁ ବଦଳି ହୋଇ ଯାଉଥିବା ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଗଜପତି ଜିଲ୍ଲାରେ ନିଯୁକ୍ତ ହେବା ଦିନ ଠାରୁ ଦୁର୍ଗମ ଅଞ୍ଚଳରେ ବୁଲି ଲୋକଙ୍କ ସହ ସାମିଲ ହୋଇ କାର୍ଯ୍ୟ କରୁଥିବା ବେଳେ ନୂତନ ଭାବେ ଆସୁଥିବା ଜିଲ୍ଲାପାଳ ସେହି କାର୍ଯ୍ୟ ଧାରା ଚାଲୁ ରଖିବେ ବୋଲି ଅଞ୍ଚଳ ବାସୀ ଆଶା ରଖିଥିବା ଜଣାପଡିଛି।

You might also like
error: Content is protected !!