ଚମାଖଣ୍ଡି ଥାନା ଅଂଚଳରେ ଚୋରୀ ବୃଦ୍ଧି

ବ୍ରହ୍ମପୁର ୧୧/ଫେବୃଆରୀ (ବ୍ୟୁରୋ) : ଗତ ତିନି ମାସରୁ ଅଧିକ ସମୟ ହେବ ଚମାଖଣ୍ଡି ଥାନା ଅଞ୍ଚଳ ମାଣ୍ଡିଆପଲ୍ଲୀ ଛକ ଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଖ ପାଖରେ ଛୋଟ ବଡ଼ ଚୋରୀ ହେଉଥିବା ଅଭିଯୋଗ ହେଉଛି । ଗତ ଶୁକ୍ରବାର ରାତ୍ରରେ ଏକ ବିସ୍କୁଟ ଗୋଦାମ କାନ୍ଥ ଭାଙ୍ଗି ଗୋଦାମ ଘରୁ ୪୦ ହଜାର ଟଙ୍କା ଚୋରୀ କରି ନେବା ସହ ବହୁ ବିସ୍କୁଟ କାର୍ଟୁନ ମଧ୍ୟ କରି ନେଇ ଯାଇଛନ୍ତି ।
ଏ ସମ୍ପର୍କରେ ଗୋଦାମ ମାଲିକ ଚମାଖଣ୍ଡି ପୋଲିସରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଏହାର କିଛି ଦିନ ପୂର୍ବରୁ ଆଉ ଜଣେ ବ୍ୟକ୍ତିଙ୍କ ସିମେଣ୍ଟ ପାଚେରୀ ଭାଙ୍ଗି ବହୁ ସଂଖ୍ୟକ ଇଟା ଚୋରାଣ ହୋଇଛି । ଏହାଛଡ଼ା ଅନ୍ଧାରର ସହଯୋଗ ନେଇ ଅଞ୍ଚଳ ସାରା ମଦୁଆଙ୍କ ପାଦୃର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ସ୍ୱଭାବିକ ଜଗଦନ ଧାରଣ କରିବାରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଥିବା ଲକ୍ଷ କରାଯାଇଛି । ପୋଲିସ ଉଚ୍ଚ କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେବା ପାଇ ଅଞ୍ଚଳବାସୀ ଦାବୀ କରିବା ସହ ରାସ୍ତାଗୁଡ଼ିକରେ ଆଲୁଅ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

You might also like
error: Content is protected !!