ଓଡିଆ ଭାଷାକୁ ଭୁଲିଗଲେ କି ସରକାର ?ଇଂରାଜୀରେ ଲେଖାହେଉଛି ବିଭାଗୀୟ ଚିଠି

ଭୁବନେଶ୍ୱର, ସଂଜୀବ କୁମାର : ଓଡ଼ିଆ ଅସ୍ମିତାର ରାଣ ଦେଇ କ୍ଷମତାକୁ ଆସିଥିଲା ବିଜେପି। ଶପଥ ନେଉ ନେଉ କହିଥିଲେ ସବୁ କିଛି କାମ ଓଡ଼ିଆରେ ଚାଲିବ। ହେଲେ, ମାତ୍ର ୮ ମାସ ନ ପୁରୁଣୁ ଓଡ଼ିଆ ଭାଷାକୁ ଭୁଲିଗଲେଣି ବାବୁ।

ଓଡିଆ ଅସ୍ମିତାର କଥା କହି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଶାସନକୁ ଆସିଥିଲା ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବା ପରେ ଓଡିଆ ଭାଷା ଓ ଅସ୍ମିତା ଉପରେ ଜୋର ଦେଇଥିଲା ।

ସେହି ସମୟରେ କୁହାଯାଇଥିଲା, ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ହେବ । ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନର ସଂଶୋଧନ କରାଯିବ ।

ଏ ଥିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଓଡିଆ ଭାଷା ପ୍ରୀତି। ତାପରେ ଲୋକସେବା ଭବନରୁ ବିଭିନ୍ନ ସରକାରୀ ଦପ୍ତରରେ ଓଡିଆ ଭାଷାରେ ଶାସନ ଚାଲିଲା, ହେଲେ ତାର ୫ ମାସ ପରେ ସବୁ କିଛି ଯେମିତି ବଦଳି ଯାଇଛି। କ୍ରୀଡା ଓ ଯୁବ ବ୍ୟାପାର, ମହିଳା ଓ ଶିଶୁ ବିକାଶ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସାଧାରଣ ପ୍ରଶାସନ , ନଗର ଉନ୍ନୟନ, ସୂଚନା ଲୋକ ସମ୍ପର୍କ ଓ ଜଳ ସଂପଦ ବିଭାଗରେ ଗତ ଜାନୁୟାରୀ ଓ ଚଳିତ ମାସର ଜାରି ହୋଇଛି ସବୁ ଚିଠି ବା ବିଜ୍ଞପ୍ତି ଇଂରାଜୀରେ ଲେଖା ଯାଇଛି। ଓଡିଆ ଭାଷାକୁ ଭୁଲିଯାଇଛନ୍ତି ବିଭିନ୍ନ ବିଭାଗ। ହେଲେ, ସରକାରୀ ବାବୁ ଓ ମନ୍ତ୍ରୀ କାହାର ଏଥିପ୍ରତି ନିଘା ନାହିଁ।

You might also like
error: Content is protected !!