ମାଘମେଳା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା 

ନୟାଗଡ ( ପ୍ରଭାକର ଶିରୋମଣି )
          ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋ ମେଳା ପଡିଆରେ ଆୟୋଜିତ ମାଘମେଳା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ କଟକସ୍ଥିତ “ସେହେନ୍ସ ସା” ଗ୍ରୁପ ର  ବିଶିଷ୍ଟ  କଳାକାର ମାନଙ୍କ ଦ୍ୱାରା ଶ୍ରୀ ନୀଳମାଧବଙ୍କ ଭଜନ ପରିବେଷଣ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଆଧୁନିକ ସଂଗୀତ ସହ ମେଲୋଡି  ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ l ଏହି ଉତ୍ସବକୁ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ବେଦପାଠ ମଧ୍ୟରେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l 

ମାଘମେଳା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା 

ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବରେ ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ, ମୁଖ୍ୟ  ଅତିଥି ଭାବେ  ପୁରୀ ଶ୍ରୀ ଜଗନ୍ନାଥଙ୍କ ସେବକ ରଘୁନାଥ ପୂଜା ପଣ୍ଡା ଓ ବିଶିଷ୍ଟ ଅତିଥିଭାବେ ଭାଗିରଥି ପୂଜାପଣ୍ଡା, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟା ଉଜ୍ୱଳ ମହାରଣା ଓ ଖଣ୍ଡପଡା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ଯୋଗ ଦେଇ ମହୋତ୍ସବ ର ସଫଳତା କାମନା କରିଥିଲେ କ୍ଷ କମିଟି ଅଧ୍ୟକ୍ଷ ବିଧାୟକ ଶ୍ରୀ ସ୍ୱାଇଁ କଣ୍ଟିଲୋ ନୀଳମାଧଵ ମନ୍ଦିର ବିକାଶ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ମାଘମେଳା ମହୋତ୍ସବକୁ ଉଚ୍ଚ କୋଟିର କରିବା ପାଇଁ ଉପସ୍ଥିତ ଦର୍ଶକ ମାନଙ୍କ ସହଯୋଗ କାମନା କରିଥିଲେ ଓ ଏହାକୁ କରତାଳି ଦେଇ ଦର୍ଶକ ମାନେ ସମର୍ଥନ କରିଥିଲେ l

ମାଘମେଳା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା 

ଏହି କାର୍ଯ୍ୟକ୍ରମରେ ” ଆମପାଇଁ ଭଲ ଆମ କଣ୍ଟିଲୋ ” ବନ୍ଦନା କୁ ଅଧ୍ୟାପକ  ନିର୍ମଳ କୁମାର ସାହୁ ଗାନ କରିଥିଲା ବେଳେ ରାଜୀବ କୁମାର ସାହୁ ସଂଯୋଜନା କରିଥିଲେ କ୍ଷ ମହୋତ୍ସବ କମିଟିର ସମ୍ପାଦକ ସିଦ୍ଧାର୍ଥ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ l କମିଟି କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣି ସଭା ପରିଚାଳନା କରିଥିଲା ବେଳେ ଅନ୍ୟତମ ସଭାପତି ଶରତ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନଟବର ପୁର ଶାସନ ବେଦ ପାଠଶାଳାର  ଛାତ୍ର ମାନଙ୍କ ଦ୍ୱାରା ବେଦ ପାଠ କରାଇଥିଲେ l

You might also like
error: Content is protected !!