ସୁଗାଡ଼ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଆର,ଉଦୟଗିରି (ମନୋଜ କୁମାର ପାଢୀ)- ମଙ୍ଗଳବାର ଦିନ ମହେନ୍ଦ୍ରଗଡ଼ କ୍ଲଷ୍ଟରର ସୁଗାଡ଼ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମିତିସଭ୍ୟ ଶ୍ରୀ ପୂର୍ଣଚନ୍ଦ୍ର ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ କେ ଜି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ, ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ସି ଆର ସି ସି ଶ୍ରୀ ଶରତ ବାବୁ, ଏସ ଏମ ସି ସଭାପତି ଶ୍ରୀ ରାମଚନ୍ଦ୍ର ବଡ଼ରଇତ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ରଗଡ଼ ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଉଷା ଦେବି ଖମାରିସାହି ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଭୂୟାଁଙ୍କ ସମେତ ପ୍ରାୟ 20 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶତାଧିକ ଅଭିଭାବକ ଅଭିଭାବିକା ଅଂଶ ଗ୍ରହଣ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ କାଳି ଚରଣ ବେହେରା ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ପ୍ରକାଶ କରିଥିଲେ ଓ ସି ଆର ସି ସି ଶରତ ବାବୁ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ଉପସ୍ଥାପନ କରିଥିଲେ | ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ଅତିଥି ବୃନ୍ଦ ଭୁୟସୀ ପ୍ରଶଂସା କରିଥିଲେ | ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଷୟରେ କିଭଳି ନିପୁଣ ହୋଇପାରିବେ ଏବଂ ଶିକ୍ଷକ ଅଭିଭାବକ ମାନଙ୍କ ଭୂମିକା ବିଷୟରେ ଅତିଥି ମାନେ ମତ ପ୍ରକାଶ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଭୂୟାଁ ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷା ଦେବି ଧନ୍ୟବାଦ ଅର୍ପଣ କରିଥିଲେ |

You might also like
error: Content is protected !!