ନୟାଗଡ ଜିଲ୍ଲାର ଗୌରବ ଆଣିଲେ ପ୍ରଶାନ୍ତ ରଣା

ନୟାଗଡ(ପ୍ରଭାକର ଶିରୋମଣି):-ଚଳିତ ବର୍ଷ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ରଣଜିତ  ଟ୍ରଫି ଖେଳିବାକୁ  ନୟାଗଡ ଜିଲ୍ଲା ଅଧୀନରେ ଥିବା ଭାପୁର ବ୍ଲକ ଅନ୍ତର୍ଗତ ପଥର ଚକଡା଼ ପଞ୍ଚାୟତ ଅଧୀନ ମାଧପୁର ଗ୍ରାମର  ସନାତନ ରଣା ମାତା ଲକ୍ଷ୍ମୀ ରଣାଙ୍କ   ସୁଯୋଗ୍ୟ ସନ୍ତାନ ପ୍ରଶାନ୍ତ ରଣା ମନୋନୀତ ହୋଇଛନ୍ତି । ସେ ଜଣେ ପ୍ରତିଭା ସମ୍ପର୍ନ୍ନ ଯୁବ ଖେଳାଳି । ପିଲାଟି ଦିନରୁ କ୍ରିକେଟ ଖେଳ ପ୍ରତି ବହୁତ ଆଗ୍ରହ  ଥିଲା । ସେ କଟକରେ ଥିବା ୟୁନିଅନ ସ୍ପୋର୍ଟସ କ୍ଲବର କୋଚ୍ ପ୍ରଦୀପ ଚୌହାନଙ୍କ ନେତୃତ୍ୱରେ ଅଭ୍ୟାସ କରୁଥିଲେ । କୋଚ ପ୍ରଦୀପ ସାରଙ୍କୁ ଜନସାଧାରଣ ଙ୍କ ସମ୍ମୁଖରେ  ପ୍ରଶାନ୍ତ ରଣା ଶୁଭେଚ୍ଛା ଜଣାଇଛନ୍ତି। ଫୋନ କଲ ମାଧ୍ୟମରେ ତାଙ୍କୁ ଯୋଗାଯୋଗ କରିବା ପରେ ରଣା କହିଲେ ମୁଁ କଟକରେ ଅଭ୍ୟାସ କରୁଥିବା ସମୟରେ କଳାହାଣ୍ଡି କପ୍ ଖେଳିବା ପାଇଁ ମୁଁ ନୟାଗଡ ଜିଲ୍ଲା କ୍ରିକେଟ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ୍ସିଂ ଙ୍କୁ ଆବେଦନ କରିଥିଲି । ମୋର ଖେଳକୁ ନଜରରେ ରଖି ନୟାଗଡ ଜିଲ୍ଲା ମତେ ଅଧିନାୟକ କରିଥିଲେ । ସେହି ସମୟରେ ଅନେକ ଜିଲ୍ଲା ସମ୍ପାଦକଙ୍କ ଠାରୁ ସପୋର୍ଟ ମିଳିଥିଲା ।  ଜିଲ୍ଲାର ଅଧିନାୟକ ହେବା ପରେ ପ୍ରଶାନ୍ତଙ୍କ ଆତ୍ମ ବିଶ୍ୱାସ ବହୁତ ଅଧିକ ହୋଇଯାଇଥିଲା ।

You might also like
error: Content is protected !!