ଚନ୍ଦ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ

ଚନ୍ଦ୍ରପୁର(କୈଳାସ ମାଳବିଶୋଇ)୦୪/୦୨: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ବିଭାଗ ତରଫରୁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବ୍ଲକରେ ଥିବା ଆଠଗୋଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ବାଳିକାମାନଙ୍କୁ ନେଇ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଜାରପା ହାଇସ୍କୁଲର ଶିକ୍ଷୟିତ୍ରୀ ସାରଦା କୁମାରୀ ପଣ୍ଡା, ତୁରିଗୁଡା ହାଇସ୍କୁଲର ପିଟି ଶିକ୍ଷୟିତ୍ରୀ କାଞ୍ଚନବାଳା ସ୍ୱାଇଁ, ଗୋଇଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ମାମି ଗଗେରେଙ୍ଗା ଓ ଡାଙ୍ଗସୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବୋଧିସତ୍ୱ ଶବର ପ୍ରତ୍ୟେକ ବିଦ୍ୟାଳୟରେ ୧୫ଦିନ ଲେଖାଏଁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଷ ଶବର, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗି,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ବିହାର ଏହି ପ୍ରଶିକ୍ଷଣ ଶିବିରଗୁଡିକୁ ତଦାରଖ ଦାୟିତ୍ଵରେ ଅଛନ୍ତି। ଏହି ପ୍ରଶିକ୍ଷଣ ରେ ହାରାହାରି ଦୁଇ ହଜାରରୁ ଊର୍ଦ୍ଧ୍ବ ବାଳିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

You might also like
error: Content is protected !!