ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ ପାଳଙ୍ଗ ଶାଗ?

ଭୁବନେଶ୍ୱର,(ଏସ.ଏମ.ପି):- ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ବିଭିନ୍ନ ଶାଗ ମାନଙ୍କ ମଧ୍ୟରୁ ଶୀତ ଦିନେ ମିଳୁଥିବା ପାଳଙ୍ଗ ଶାଗ ରେ ଅନେକ ଭିଟାମିନ୍ ରହିଛି। ଏହାସହିତ ଏହି ଶାଗ ରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଅନେକ ରୋଗରୁ ଆମକୁ ମୁକ୍ତି ଦେଇଥାଏ। ଅନ୍ୟ ଶାଗ ଭଳି ପାଳଙ୍ଗ ଶାଗକୁ ମଧ୍ୟ ଆପଣ ନିଜ ପସନ୍ଦ ହିସାବରେ ବନେଇ ପାରିବେ।ଏହି ଶାଗକୁ ଭାଜିକି ଖାଇବା ସହ ଏହାର ପାଳଙ୍ଗ ସୁପ୍‌ ଓ ଜୁସ୍‌ ତିଆରି କରି ପିଇପାରିବେ। ପାଳଙ୍ଗ ଶାଗ ରେ ଆଇରନ୍‌, ଭିଟାମିନ୍‌ ଏ, ଫୋଲେଟ୍‌, ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ୍‌, ଫାଇବର୍‌ ଓ ପ୍ରୋଟିନ୍‌ ରହିଛି।ପ୍ରତିଦିନ ତେଲ, ମସଲାଯୁକ୍ତ ଆହାର ଏବଂ ଫାଷ୍ଟଫୁଡ ଖାଦ୍ୟ ଗ୍ରହଣ ଯୋଗୁଁ ଆମେ ମେଦବହୁଳତାର ଶିକାର ହୋଇଥାଉ । ଶରୀରର ମାତ୍ରାଧିକ ଓଜନ ବୃଦ୍ଧି ସହ ପେଟରେ ଚର୍ବି ବଢିଯାଏ । ପାଳଙ୍ଗ ଶାଗ ନିୟମିତ ସେବନ କରିବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ । ଏଥିରେ ନିହିତ ଥିବା ଫାଇବର ପୋଷକତ୍ତ୍ୱ ହଜମ କ୍ରିୟାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।ପାଳଙ୍ଗ ଶାଗରେ ଥିବା ଫ୍ଲାବୋନୋଏଡ ଖାଦ୍ୟସାର ଚର୍ମ ଓ ପ୍ରୋଷ୍ଟେଟ କ୍ୟାନସରର ପ୍ରତିରୋଧୀ । ମଧ୍ୟାହ୍ନଭୋଜନରେ ଭାତ, ସବୁଜ ପନିପରିବା ସହିତ ପାଳଙ୍ଗ ଶାଗ ଖାଦ୍ୟ ତାଲିକାରେ ନିୟମିତ ସ୍ଥାନ ପାଇଲେ ଆମର ଦୃଷ୍ଟିଦୋଷ ନିରାକରଣ ହୋଇପାରିବ । ବିଶେଷକରି ଚାଳିଷା ରୋଗ ନିୟନ୍ତ୍ରଣରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ପାଳଙ୍ଗ ଶାଗରେ ନିହିତ ଥିବା ଲୁଟେଇନ୍ ଏବଂ ଜିକ୍ସାନ୍ଥିନ ପୋଷକତତ୍ତ୍ୱ ଆଖି ସୁରକ୍ଷାରେ ଢାଲର ଭୂମିକା ତୁଲାଇଥାଏ । ଏଥିର ପ୍ରଚୁର ପରିମାଣରେ ଭିଟାମିନ୍ କେ ରହିଛି । ପାଳଙ୍ଗ ଶାଗରେ ଥିବା ଭିଟାମିନ୍-ସି, ଇ, କେ ଆଦି ପୋଷକତତ୍ତ୍ୱ ଚର୍ମର ଔଜ୍ଜଲ୍ୟତା ବଜାୟ ରଖିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ଏ ଏବଂ ଲୌହର ଉପସ୍ଥିତି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରକ୍ତହୀନତାରୁ ଦୂରେଇ ରଖେ ।

You might also like
error: Content is protected !!