ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍, ଡାକ୍ତରଙ୍କ ଅପେକ୍ଷାରେ ବିତୁଛି ଘଣ୍ଟା ଘଣ୍ଟା!

ଚିକିଟି, ଗଞ୍ଜାମ: ନ୍ଯୂଜ ନର୍ଭ ଜଗନ୍ନାଥ ନାୟକ ||

ଚିକିଟି ଏନ୍‌ଏସିସ୍ଥିତ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଭିଡ଼ ଓ ଡାକ୍ତରଙ୍କ ଅଭାବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

ଜଣେ ରୋଗୀଙ୍କୁ ଦେଖାଇବା ପାଇଁ ନେଇ ଡାକ୍ତରଖାନାକୁ ଯାଇଥିବା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରାୟ ଦିର୍ଘ ସମୟ ଅପେକ୍ଷ୍ୟା କରିବାକୁ ପଡିଥାଏ ଏଥିମଧ୍ୟରେ ଗୋଗି ଗୁରୁତ୍ୱରଲାଇନ୍‌ରେ ଅପେକ୍ଷା ଏହି ଘଟଣା ଚିକିଟି ସ୍ୱାସ୍ଥ୍ୟସେବାର ବାସ୍ତବ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛି।

ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍, ଡାକ୍ତରଙ୍କ ଅପେକ୍ଷାରେ ବିତୁଛି ଘଣ୍ଟା ଘଣ୍ଟା!

ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେବଳ ଚିକିଟି ଏନ୍‌ଏସିର ଲୋକଙ୍କ ପାଇଁ ନୁହେଁ, ଚିକିଟି ବ୍ଲକ୍‌ର ବିଭିନ୍ନ ଗ୍ରାମର ହଜାର ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ। ତେଣୁ ଏଠାରେ ପର୍ଯ୍ୟାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଅତ୍ୟନ୍ତ ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ଚିକିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଉପସ୍ଥିତି ଓ ଅଭାବକୁ ନେଇ ପୂର୍ବରୁ ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ବର୍ତ୍ତମାନ ବାତ୍ୟା ପରବର୍ତ୍ତୀ ସମୟରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ରହିଥିବାରୁ ଝାଡ଼ାବାନ୍ତି, ଜ୍ୱର ଓ ଡାଇରିଆ ଭଳି ରୋଗର ମୁକାବିଲା ପାଇଁ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର, ଔଷଧ ଓ ଚିକିତ୍ସା ସୁବିଧା ମହଜୁଦ ରହିବା ଜରୁରୀ।

ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମହୋଦୟ ଏବଂ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନଙ୍କୁ ଅଞ୍ଚଳବାସୀଙ୍କ ନିବେଦନ:

ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉ ୧ରୁ ୨ ଜଣ ଡାକ୍ତର ନିଯୁକ୍ତି, ଡାକ୍ତରଙ୍କ ନିୟମିତ ଉପସ୍ଥିତି ସୁନିଶ୍ଚିତ କରିବା ସହ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ବୃଦ୍ଧି କରାଯାଉ।

ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍, ଡାକ୍ତରଙ୍କ ଅପେକ୍ଷାରେ ବିତୁଛି ଘଣ୍ଟା ଘଣ୍ଟା!

ଜନପ୍ରତିନିଧି ଓ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ନେଲେ ଚିକିଟି ବ୍ଲକ୍‌ର ଅନେକ ଗ୍ରାମର ଲୋକ ଉପକୃତ ହୋଇପାରିବେ।

ସ୍ୱାସ୍ଥ୍ୟସେବା ଲୋକଙ୍କ ଅଧିକାର। ଚିକିଟିବାସୀଙ୍କୁ ଉନ୍ନତ ଓ ସମୟୋଚିତ ଚିକିତ୍ସା ମିଳିବା ଆବଶ୍ୟକ।

Smart Computer Ad
You might also like
error: Content is protected !!