ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ସେ ଜଣେ ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ଓ ଶିକ୍ଷାବିତ୍ ଥିଲେ ।ଦୀର୍ଘ ଦିନ ଧରି ସେ ମସ୍ତିଷ୍କ ଅର୍ବୁଦ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ଚିକିତ୍ସା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।ଓଡ଼ିଶାରେ ଏମ୍ସ ଭୁବନେଶ୍ୱରକୁ ଏକ ଅଗ୍ରଣୀ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା କରିବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା ।
