ଚିକିଟି l ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ ll
ବାତ୍ୟା ‘ଅର୍ଣ୍ଣବ’ ପରେ ଚିକିଟି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଓ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ନେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି। ବୈଠକରେ ଚିକିଟି ବିଡିଓ ବିବେକାନନ୍ଦ ମିଶ୍ର, ଚିକିଟି ତହସିଲଦାର ବିଶ୍ୱରଞ୍ଜନ କଂହର, ପାତ୍ରପୁର ବିଡିଓ ଲକ୍ଷ୍ମୀ ଶୋରେ ନ ଙ୍କସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।ବାତ୍ୟା ପରେ ଲଗାଣ ବର୍ଷା ଯୋଗୁଁ ଚିକିଟି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି, ପ୍ରଭାବିତ ଲୋକଙ୍କ ସମସ୍ୟା ଏବଂ ବିଭିନ୍ନ ଭିତ୍ତିଭୂମିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।ରାସ୍ତାଘାଟ, ବିଦ୍ୟୁତ୍, ପାନୀୟ ଜଳ ଓ ଯୋଗାଯୋଗ ବ୍ୟବସ୍ଥା ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ଓ ସଠିକ୍ ଆକଳନ କରିବାକୁ ବିଧାୟକ ଗୁରୁତ୍ୱ ଦେଇଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ରିଲିଫ୍ ଓ ଆବଶ୍ୟକ ସହାୟତା ଶୀଘ୍ର ପହଞ୍ଚାଇବା ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା।ଏଥିସହ ବିଦ୍ୟୁତ୍, ପାନୀୟ ଜଳ ଓ ଯୋଗାଯୋଗ ବ୍ୟବସ୍ଥାର ଶୀଘ୍ର ପୁନଃସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ମୋନରଞ୍ଜନ ଦ୍ୟାନ ସାମନ୍ତରାଅଧିକାରୀମାନଙ୍କୁ କହିଥିଲେ। ବିପଦ ସମୟରେ ଜନସାଧାରଣଙ୍କ ନିକଟରେ ଉଚିତ ସହାୟତା ପହଞ୍ଚାଇବା ସହ ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ନିୟମିତ ନଜର ରଖିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା
