ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ନିଦ୍ରାରେ ପ୍ରଶାସନ, ଦୁର୍ଘଟଣା ମରାମତି ପାଇଁ ଗ୍ରାମବାସୀଙ୍କ ଦାବି
ଚ଼ିଟିକି |ଗଞ୍ଜାମ ଜ଼ିଲ୍ଲା | ଜଗନ୍ନାଥ ନାୟକ || ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକବ୍ଲକ ଅନ୍ତର୍ଗତ ଚ଼ାନ୍ଧ ପୁରୁଠାରୁ ଦେଖାଳି ରାସ୍ତାରୁ ଦେଖାଯାଇଥିବା ପୁର୍ବ ବିଭାଗ ମୁଖ୍ୟରାସ୍ତା। ଏବେ ଦୁର୍ଘଟଣାର ଆଶଙ୍କା ବଢ଼ାଇଛି। ରାସ୍ତାର ବାଲି ବଟିରୁ ମାତ୍ର ୨୦୦ ମିଟର ଦୂରରେ ରାସ୍ତାର ମଧ୍ୟଭାଗ ଭାଙ୍ଗି ଏକ ବିରାଟ ନାଳ ସଦୃଶ ବିପଦପୂର୍ଣ୍ଣ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବାରୁ ଯାତାୟାତ ଏବେ ବିପଦସଙ୍କୁଳ ହୋଇପଡ଼ିଛି।ବିଶେଷକରି ଲଗାଣ ବର୍ଷା ଓ ବାତ୍ୟା ‘ଅର୍ଣ୍ଣବ ପ୍ରଭାବରେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଛି। ଗର୍ତ୍ତଟି ବର୍ଷାଜଳରେ ଭରି ରହୁଥିବାରୁ ଯାନବାହନ ଚାଳକମାନେ ଏହାର ଗଭୀରତା ଆକଳନ କରି ନପାରି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଏହି ଗର୍ତ୍ତ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିବାରେ ଲାଗିଛି।ଏକ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟରାସ୍ତାର ଏଭଳି ଦୁରବସ୍ଥା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ପଡ଼ୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ରାସ୍ତାର ମଧ୍ୟଭାଗରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତକୁ ତୁରନ୍ତ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
