ଚନ୍ଦ୍ରପୁର l ୧l୧୧l୨୬ l କୈଳାସ ମାଳବିଶୋଇ ll ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା କ୍ୟାଥୋଲିକ ଚର୍ଚ୍ଚ ପରିଷରରେ ମୁଖ୍ୟ ଯାଜକ ଫାଦେର ଶାନ୍ତି ଚନ୍ଦନ ପାଣି DIOCESE OF RAYAGADA – SWAD ( ରାୟଗଡ଼ା ଧର୍ମପ୍ରଦେଶ ଓ ସ୍ୱାଦସସ୍ଥ୍ୟା ) ଙ୍କ ନେତୃତ୍ବରେ ସଂଖ୍ୟାଲଘୁ ସମୁଦାୟଙ୍କ ପାଇଁ ସରକାରଙ୍କ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ସାରକିମା ପଞ୍ଚାୟତ ଶ୍ରୀ ଫକିର ମୋହନ ଗୋମିଡାଙ୍ଗା, ଯୋଗଦେଇ ଥିଲେ l

ସମ୍ନାନୀୟ ଅତିଥି ଭାବେ, ଜର୍ଜ କାଡାଇସ୍କା, ଅଜିତ କଦମସେଟ,ଅଙ୍ଗନୱାଡ଼ି କର୍ମୀ ମିକି ଟାଙ୍ଗାଟାଙ୍ଗା, ବୈଜନ୍ତି ମଲିକ, ରେଜିନା ପାଲକା,ଶିକ୍ଷକ କୁନା କୁମାର ମାଝି, ଲେଙ୍କା ଡ଼ାଙ୍ଗଲାଙ୍ଗା, ଆଶା କର୍ମୀ ସାବିନା ମଲିକ ଯୋଗଦେଇ ଥିଲେ l

ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ କିଷାନ୍ ଯୋଜନା ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଦିନଦୟାଳ ଅନ୍ତ୍ୟୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଗ୍ରାମୀଣ ସଶକ୍ତିକରଣ ଓ ଆତ୍ମନିର୍ଭରତା ପାଇଁ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କରାଇଥିଲେ l

ଏଥିରେ ଚନ୍ଦ୍ରପୁର ଅଞ୍ଚଳର ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଯୋଗ ଦେଇ ଥିଲେ ଉପସ୍ଥିତ ସମସ୍ତଙ୍କୁ ଚନ୍ଦ୍ରପୁର ଧର୍ମlଞ୍ଚଳ ମୁଖ୍ୟ ଯାଜକ ଫାଦେର ଶାନ୍ତି ଚନ୍ଦନ ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗକରିଥିଲେ l

