ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-
ଚନ୍ଦ୍ରପୁର ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବଣ୍ଡିପଙ୍କା ଗ୍ରାମ ପରିଷରରେ ଚନ୍ଦ୍ରପୁର ଧର୍ମାଞ୍ଚଳ ମୁଖ୍ୟ ଯାଜକ ଫାଦେର ଶାନ୍ତି ଚନ୍ଦନ ପାଣି DIOCESE OF RAYAGADA – SWAD ( ରାୟଗଡ଼ା ଧର୍ମପ୍ରଦେଶ ଓ ସ୍ୱାଦସସ୍ଥ୍ୟା ) ଙ୍କ ନେତୃତ୍ବରେ ସଂଖ୍ୟାଲଘୁ ସମୁଦାୟଙ୍କ ପାଇଁ ସରକାରଙ୍କ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ସାରକିମା ପଞ୍ଚାୟତ ଶ୍ରୀ ଫକିର ମୋହନ ଗୋମିଡାଙ୍ଗା, ଯୋଗଦେଇ ଥିଲେ l ସମ୍ନାନୀୟ ଅତିଥି ଭାବେ, ଚନ୍ଦ୍ରପୁର ବ୍ଲକ ସମିତିସଭ୍ୟା ସୁକାନ୍ତି ବିଡିକା,ବଣ୍ଡିପଙ୍କା ଗ୍ରାମର ୱାଡସଭ୍ୟ ହେଲେନା ଲିମା ଯୋଗଦେଇ ଥିଲେ l ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦିନଦୟାଳ ଅନ୍ତ୍ୟୋଦୟ ଯୋଜନା, ସମ୍ପର୍କରେ ସଚେତନତା କରାଇଥିଲେ l ଏଥିରେ ବଣ୍ଡିପଙ୍କା ଅଞ୍ଚଳର ପ୍ରାୟ ତିନି ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଯୋଗ ଦେଇ ଥିଲେ ଉପସ୍ଥିତ ସମସ୍ତଙ୍କୁ ଚନ୍ଦ୍ରପୁର ଧର୍ମlଞ୍ଚଳ ମୁଖ୍ୟ ଯାଜକ ଫାଦେର ଶାନ୍ତି ଚନ୍ଦନ ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗକରିଥିଲେ l
