ନୟାଗଡ଼(ପ୍ରଭାକର ଶିରୋମଣି):-
ଶ୍ରୀ ନୀଳମାଧବ ଙ୍କ ନତ ବ୍ରତ ପୂଜା ଆରମ୍ଭ କଣ୍ଟିଲୋ / ଶ୍ରୀ ଜଗନ୍ନାଥ ଧାମ ର ଆଦିପୀଠ କଣ୍ଟିଲୋ ଶ୍ରୀ ନୀଳମାଧଵ ଜୀଉଙ୍କ କ୍ଷେତ୍ର ରେ ଗୁରୁବାର ଠାରୁ “ନତଃ ବ୍ରତ ” ଉତ୍ସବର ଶୁଭ ଉଦଘାଟନ ଉତ୍ସବ ହୋଇ ଯାଇଛି l ଏହି ଅବସର ରେ ବିରାଟ ଶୋଭା ଯାତ୍ରା ଶ୍ରୀ ନୀଳମାଧଵ ମନ୍ଦିର ରୁ ବାହାରି ଗ୍ରାମ ପରିକ୍ରମା କରି ଶ୍ରୀ ଜୀଉଙ୍କ ଯାତ୍ରା ପଡିଆ ଠାରେ ପହଁଞ୍ଚି ଥିଲା l ସେଠାକୁ ଶ୍ରୀ ରାଧା, ଲଳିତା, ବିଶାଖା, ଚିତ୍ରl, ଇନ୍ଦୁରେଖା, ଚମ୍ପକ ଲତା, ଶ୍ରୀଦେବୀ, ରଙ୍ଗ ଦେବୀ ଆଦି ଅଷ୍ଟ ସଖୀ ମାନେ ଶ୍ରୀକୃଷ୍ଣ ଙ୍କୁ ପାଇବା ପାଇଁ ଆଶୁତୋଷ ଶିବଙ୍କୁ ଉପାସନା କରିଥିଲେ l ପ୍ରଭୁ ଶିବ ଗୋପାଙ୍ଗାନା ମାନଙ୍କ ପୂଜାରେ ସନ୍ତୋଷ ପ୍ରକାଶ କରି ଶ୍ରୀକୃଷ୍ଣଙ୍କୁ ପାଇବାପାଇଁ ଏକ ମାସ ପର୍ଯ୍ୟନ୍ତ ଯମୁନା ନଦୀ ସ୍ୱରୂପ ପୁଣ୍ୟତୋୟା ମହାନଦୀ ତଟରେ ମାନସିକ ପୂଜା କରିବାପାଇଁ ବର ଦେଇଥିଲେ l ଏକ ମାସ ପୁର୍ଣ୍ଣ ହେବା ପରେ ଶ୍ରୀକୃଷ୍ଣଙ୍କ ସହିତ ଭେଟ ହେଵ ବୋଲି କହିଥିଲେ l ଏହି କାର୍ଯ୍ୟ କ୍ରମ ରେ ଶ୍ରୀ ରାଧା ଭୂମିକା ରେ ଆଶୁତୋଷ ମିଶ୍ର ଅଭିନୟ କରିଥିଲା ବେଳେ ଅନ୍ୟାନ୍ୟ ଭୂମିକାରେ ଅଶ୍ରୁ୍ମୋଚନ କର, ସାଇପ୍ରସାଦ ସାହୁ, ଆୟୁଷ୍ମାନ ବିଶ୍ୱାଳ, ଚନ୍ଦ୍ରକାନ୍ତ ଧଳ, ଶ୍ରୀୟାଂଶୁ ବେହେରା, ଶିବ ଶଙ୍କର ବେହେରା, ବିଶ୍ୱ ରଞ୍ଜନ ସାହୁ, ରାହୁଲ ବାରିକ, ପ୍ରଭୁଦତ୍ତ ଦାଶ, ଓମ ସାଇରାମ ସାହୁ ଓ ବିଶ୍ଵରଞ୍ଜନ ନାୟକ ଅଂଶ ଗ୍ରହଣ କରିଥିଲେ l ଶୁକ ମୁନି ଭାବେ ଚିନ୍ମୟ କୁମାର ମିଶ୍ର, ପରୀକ୍ଷିତ ଭୂମିକାରେ ଆଦିତ୍ୟ କୁମାର ପାଢ଼ ଅଭିନୟ କରିଥିଲେ l ଶ୍ରୀ ଗୁରୁ ଦାୟିତ୍ୱ ରାସେଶ୍ୱର ମିଶ୍ର ତୁଲାଇଥିଲା ବେଳେ ଶ୍ରୀ ବାୟକ ଭାବେ ଶ୍ରୀପତି ମହାରଣା କାର୍ଯ୍ୟ କରିଥିଲେ l ରାସ କମିଟିର ସଭାପତି ଶ୍ରୀନିବାସ ମିଶ୍ର, ଉପ ସଭାପତି ପ୍ରମୋଦ କୁମାର ଦଳେଇ, କୋଷାଧ୍ୟକ ଶତ୍ରୁଘନ ବେହେରା ଓ ସମ୍ପାଦକ ହରିହର ଦାଶଙ୍କ ସମେତ, କମିଟି ସଭ୍ୟ ରବୀନ୍ଦ୍ର ନାଥ ମିଶ୍ର,ଶ୍ରବଣରାମ ମିଶ୍ର, ମନୋଜ କୁମାର ମିଶ୍ର,ମାନସ ପାଢ଼ୀ, ବସନ୍ତ କୁମାର ଦାଶ ପ୍ରମୁଖ ସହାୟତା କରିଥିଲେ l ଏହି କାର୍ଯ୍ୟ କ୍ରମ ରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l
