ଘରେ ପଶି ସୁନା ଅଳଙ୍କାର ଚୋରି, ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତଚୋରି ସୁନା, ନଗଦ ଟଙ୍କା ଓ ଟ୍ରାକ୍ଟର ଜବତ; ୩ ଗିରଫ

କୋଟଗଡ଼, ୦୬/୧୦: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଞ୍ଚଳରେ ଘରେ ପଶି ସୁନା ଅଳଙ୍କାର ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଚୋରି ସୁନା, ନଗଦ ଟଙ୍କା ଏବଂ ଏକ ଟ୍ରାକ୍ଟର ଜବତ କରାଯାଇଛି।କୋଟଗଡ଼ ଥାନା କେସ୍‌ ନଂ-୧୮୪, ତା. ୦୪/୧୦/୨୦୨୬, ଧାରା ୩୩୧(୪)/୩୦୫(ଏ) ବିଏନ୍‌ଏସ୍‌ ଅନୁଯାୟୀ ଏହି ମାମଲା ରୁଜୁ ହୋଇଥିଲା।

ଘରେ ପଶି ସୁନା ଅଳଙ୍କାର ଚୋରି, ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତଚୋରି ସୁନା, ନଗଦ ଟଙ୍କା ଓ ଟ୍ରାକ୍ଟର ଜବତ; ୩ ଗିରଫ

ପୁଲିସର ସୂଚନା ଅନୁସାରେ, ଗତ ୩୦/୦୯/୨୦୨୬ ରାତିରେ ଅଭିଯୋଗକାରୀ ଲୁସିଆନ ବଡ଼ନାୟକ ଓ ତାଙ୍କ ପରିବାର ସଦସ୍ୟମାନେ ଘରେ ନଥିବା ସମୟରେ ଅଭିଯୁକ୍ତମାନେ ଝରକା ବାଟ ଦେଇ ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଗୋଡ୍ରେଜ୍‌ ଭାଙ୍ଗି ସେଥିରେ ରଖାଯାଇଥିବା ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।ପୁଲିସ ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଚୋରି

ଘରେ ପଶି ସୁନା ଅଳଙ୍କାର ଚୋରି, ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତଚୋରି ସୁନା, ନଗଦ ଟଙ୍କା ଓ ଟ୍ରାକ୍ଟର ଜବତ; ୩ ଗିରଫ

ହୋଇଥିବା ସୁନା ଅଳଙ୍କାରକୁ ଅଭିଯୁକ୍ତମାନେ ବିକ୍ରି କରିଥିଲେ। ସେଥିରୁ ମିଳିଥିବା ଟଙ୍କାରେ ଏକ ଟ୍ରାକ୍ଟର କିଣିଥିବା ତଦନ୍ତରୁ ଜଣାପଡ଼ିଛି।ଘଟଣାରେ ପୁଲିସ ଶ୍ରୀରାମପୁର ନୂଆସାହିର ଲିଟୁ ଉଠାନସିଂହ, ସ୍ୱର୍ଗତ ଚକ୍ରଧର ଉଠାନସିଂହଙ୍କ ପୁଅ, ଶ୍ରୀରାମପୁର ଓଡ଼ିଆସାହିର ପିତାବାସ ବଡ଼କାନହର, ନିରାକାର ବଡ଼କାନହରଙ୍କ ପୁଅ ଏବଂ ଜୁବାଗୁଡ଼ା ମିଶନସାହିର ପ୍ରେମାନନ୍ଦ ବଡ଼ସେଠ, କର୍ମ ବଡ଼ସେଠଙ୍କ ପୁଅଙ୍କୁ

ଗିରଫ କରିଛି। ସମସ୍ତ ଅଭିଯୁକ୍ତ କୋଟଗଡ଼ ଥାନା ଅଧୀନ କନ୍ଧମାଳ ଜିଲ୍ଲାର ବାସିନ୍ଦା।ଅଭିଯୁକ୍ତମାନଙ୍କ ନିକଟରୁ ୧୨ ଗ୍ରାମ ୮୫ ମିଲିଗ୍ରାମ୍‌ ସୁନା, ନଗଦ ୨,୧୦୦ ଟଙ୍କା ଏବଂ ଏକ ଟ୍ରାକ୍ଟର ଜବତ କରାଯାଇଛି। ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଛି।

Smart Computer Ad
You might also like
error: Content is protected !!