ବିକଶିତ ଭାରତ–ଜୀ ରାମ ଜୀ ଯୋଜନା ନେଇ ସ୍ୱତନ୍ତ୍ର ଗ୍ରାମସଭାଚନ୍ଦ୍ରପୁର ବ୍ଲକ୍‌ର ୮ ପଞ୍ଚାୟତରେ ଗ୍ରାମସଭା, ବିକାଶ ଓ ଜନସମସ୍ୟା ଉପରେ ଗୁରୁତ୍ୱ

ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା | କୈଳାସ ମlଳବିଶୋଇ ||
ଚନ୍ଦ୍ରପୁର : ୦୨/୧୦ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ସଦର ମହକୁମା ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା ଙ୍କ ନେତୃତ୍ବରେଅକ୍ଟୋବର ୨ ତାରିଖରେ ବିକଶିତ ଭାରତ ଜୀ – ରାମଜୀ ଯୋଜନାକୁ ନେଇ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଚନ୍ଦ୍ରପୁର ପଞ୍ଚାୟତ ର ପାନୀୟ ଜଳଯୋଗାଣ, ରାସ୍ତା, ବାର୍ଦ୍ଧକ୍ୟଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ |

ବିକଶିତ ଭାରତ–ଜୀ ରାମ ଜୀ ଯୋଜନା ନେଇ ସ୍ୱତନ୍ତ୍ର ଗ୍ରାମସଭାଚନ୍ଦ୍ରପୁର ବ୍ଲକ୍‌ର ୮ ପଞ୍ଚାୟତରେ ଗ୍ରାମସଭା, ବିକାଶ ଓ ଜନସମସ୍ୟା ଉପରେ ଗୁରୁତ୍ୱ

ଏଥିରେ ଚନ୍ଦ୍ରପୁର ଅଞ୍ଚଳର ବହୁ ପୁରୁଷ ଓ ମହିଳା ବହୁ ସଂଖ୍ୟାରେ ଯୋଗଦେଇ ଥିଲେ ପି ଇ ଓ ଶ୍ରୀ ଆସୂତସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ଟୁରିଗୁଡ଼ା, ପିସ୍କାପାଙ୍ଗା , ଡ଼ାଙ୍ଗସୋରଡା, ହନମନ୍ତପୂର୍, ବୁଡୁବାଲି ସାରକିମା ଓ ବିଜାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅକ୍ଟୋବର ୨ ତାରିଖରେ “ବିକଶିତ ଭାରତ–ଜୀ ରାମ ଜୀ” ଯୋଜନାକୁ ନେଇ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।

ବିକଶିତ ଭାରତ–ଜୀ ରାମ ଜୀ ଯୋଜନା ନେଇ ସ୍ୱତନ୍ତ୍ର ଗ୍ରାମସଭାଚନ୍ଦ୍ରପୁର ବ୍ଲକ୍‌ର ୮ ପଞ୍ଚାୟତରେ ଗ୍ରାମସଭା, ବିକାଶ ଓ ଜନସମସ୍ୟା ଉପରେ ଗୁରୁତ୍ୱ

ଏହି ଅବସରରେ ଗ୍ରାମର ବିକାଶ, ଜନସାଧାରଣଙ୍କ ଆବଶ୍ୟକତା ଓ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା କରାଯାଇଥିଲା। ଗ୍ରାମସଭାରେ ଟୁରିଗୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁନିତା ମୁଣ୍ଡିକାଙ୍କ ସମେତ ପିଇଓ, ଏଡିଇଓ, ଅଙ୍ଗନବାଡ଼ି କର୍ମୀ, ଆଇସିଡିଏସ୍ ବିଭାଗ, ମେଡିକାଲ ବିଭାଗ ଓ ବିଭିନ୍ନ ବିଭାଗର କର୍ମଚାରୀ ଯୋଗଦେଇଥିଲେ। ସଭାରେ ଗ୍ରାମବାସୀଙ୍କ ବିଭିନ୍ନ ଆବଶ୍ୟକତା ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା ସହ ଗ୍ରାମପଞ୍ଚାୟତର ବିକାଶ ପାଇଁ ଆବଶ୍ୟକ ଯୋଜନା ଓ ପଦକ୍ଷେପ ଉପରେ ମତାମତ ନିଆଯାଇଥିଲା।

ବିକଶିତ ଭାରତ–ଜୀ ରାମ ଜୀ ଯୋଜନା ନେଇ ସ୍ୱତନ୍ତ୍ର ଗ୍ରାମସଭାଚନ୍ଦ୍ରପୁର ବ୍ଲକ୍‌ର ୮ ପଞ୍ଚାୟତରେ ଗ୍ରାମସଭା, ବିକାଶ ଓ ଜନସମସ୍ୟା ଉପରେ ଗୁରୁତ୍ୱ

ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷକରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ, ସ୍ଥାନୀୟ ସମସ୍ୟା ଚିହ୍ନଟ, ଆବଶ୍ୟକତା ଅନୁଯାୟୀ ବିକାଶମୂଳକ କାର୍ଯ୍ୟ ଚୟନ ଓ ଗ୍ରାମସ୍ତରରେ ଯୋଜନାର ସୁଚାରୁ ରୂପାୟଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Smart Computer Ad
You might also like
error: Content is protected !!