ଗାନ୍ଧୀ ଜୟନ୍ତୀ ଅବସରରେ ଉପଖଣ୍ଡ ଚିକିତ୍ସାଳୟରେ ସଫେଇ ଅଭିଯାନସ୍ୱଚ୍ଛତା ହିଁ ସେବାର ବାର୍ତ୍ତା ଦେଲେ ଚିକିତ୍ସାଳୟ କର୍ମଚାରୀ

ବାଲିଗୁଡ଼ା. ୦୨/୧୦: ସୁକାନ୍ତ କୁମାର ତ୍ରିପାଠୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିକିତ୍ସାଳୟ ପରିସରକୁ ସ୍ୱଚ୍ଛ, ସୁନ୍ଦର ଓ ପରିଷ୍କାର ରଖିବା ସହ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସଫେଇ ଅଭିଯାନ କରାଯାଇଥିଲା।ଏହି ସଫେଇ କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ଶ୍ରବଣ କୁମାର ସାହୁକାରଙ୍କ ସମେତ ଚିକିତ୍ସାଳୟର ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ। ଚିକିତ୍ସାଳୟ ପରିସରର ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଅଳିଆ, ଅବର୍ଜନା ଓ ଅପରିଷ୍କାର ସ୍ଥାନଗୁଡ଼ିକୁ ସଫା କରାଯାଇଥିଲା। ସଫେଇ ସମୟରେ

ଗାନ୍ଧୀ ଜୟନ୍ତୀ ଅବସରରେ ଉପଖଣ୍ଡ ଚିକିତ୍ସାଳୟରେ ସଫେଇ ଅଭିଯାନସ୍ୱଚ୍ଛତା ହିଁ ସେବାର ବାର୍ତ୍ତା ଦେଲେ ଚିକିତ୍ସାଳୟ କର୍ମଚାରୀ

ଅଳିଆ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ଚିକିତ୍ସାଳୟ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିଥିଲେ। ସ୍ୱଚ୍ଛ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଛି ବୋଲି ଏହି ଅବସରରେ ଉପସ୍ଥିତ କର୍ମଚାରୀମାନେ ମତ ପ୍ରକାଶ କରିଥିଲେ। ବିଶେଷକରି ଚିକିତ୍ସାଳୟ ଭଳି ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସ୍ଥାନରେ ସ୍ୱଚ୍ଛତାର ଗୁରୁତ୍ୱ ଅଧିକ ରହିଥିବାରୁ ଏହାକୁ ନିୟମିତ ଭାବେ ବଜାୟ ରଖିବା ଆବଶ୍ୟକ ବୋଲି କୁହାଯାଇଥିଲା।ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ଚିକିତ୍ସାଳୟର ରୋଗୀ, ସମ୍ପର୍କୀୟ ଓ ସାଧାରଣ ଲୋକଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ

ଗାନ୍ଧୀ ଜୟନ୍ତୀ ଅବସରରେ ଉପଖଣ୍ଡ ଚିକିତ୍ସାଳୟରେ ସଫେଇ ଅଭିଯାନସ୍ୱଚ୍ଛତା ହିଁ ସେବାର ବାର୍ତ୍ତା ଦେଲେ ଚିକିତ୍ସାଳୟ କର୍ମଚାରୀ

ହେବାକୁ ବାର୍ତ୍ତା ଦିଆଯାଇଥିଲା। ଚିକିତ୍ସାଳୟ ପରିସରରେ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଅବର୍ଜନା ଏଣେତେଣେ ନ ପକାଇବା, ନିର୍ଦ୍ଦିଷ୍ଟ ଡଷ୍ଟବିନ୍‌ରେ ଅଳିଆ ପକାଇବା ଏବଂ ନିଜ ପରିବେଶକୁ ନିଜେ ସଫା ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଚିକିତ୍ସାଳୟ ଅଧ୍ୟକ୍ଷ ଡା. ଶ୍ରବଣ କୁମାର ସାହୁକାରଙ୍କ ନେତୃତ୍ୱରେ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ସାମିଲ ହୋଇ ସ୍ୱଚ୍ଛତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଗାନ୍ଧୀ ଜୟନ୍ତୀକୁ କେବଳ ଏକ ଦିବସ ଭାବେ ପାଳନ ନକରି ତାଙ୍କ ସ୍ୱଚ୍ଛତା, ସେବା ଓ ଶୃଙ୍ଖଳାର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମତ ପ୍ରକାଶ ପାଇଥିଲା।

Smart Computer Ad
You might also like
error: Content is protected !!