ଜଟଣୀ ଗଣେଶ ଭସାଣି ଅଘଟଣ: ଯୁବକଙ୍କ ମୃତ୍ୟୁ ଘଟଣାରେ ଦୁଇ ଡିଜେ ମାଲିକ ଗିରଫ

ଖୋର୍ଦ୍ଧା ଜିଲ୍ଲା || ସଞ୍ଜୀବ କୁମାର || ଜଟଣୀ ଗଣେଶ ପୂଜା ଭସାଣି ଶୋଭାଯାତ୍ରା ବେଳେ ବେଆଇନ ଡିଜେର ପ୍ରଚଣ୍ଡ ଶବ୍ଦ କମ୍ପନ ଯୋଗୁଁ କୋଠାର ଛାତ/କାନୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହେବା ଏବଂ ଅନ୍ୟ ୭ ଜଣ ଆହତ ହେବା ଘଟଣାରେ ଜଟଣୀ ଥାନା ପୋଲିସ ଦୁଇ ଜଣ ଡିଜେ ମାଲିକଙ୍କୁ ଗିରଫ କରିଛି।

ତଦନୁରୁ ଜଣାପଡ଼ିଛି ଯେ, ଗତ ୨୬.୦୯.୨୦୨୬ ତାରିଖ ରାତିରେ ଜଟଣୀ ମୁଖ୍ୟ ରାସ୍ତାରେ ଥ‌ିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ କୋଠା ନିକଟରେ ଦୁଇଟି ଡିଜେ ଗାଡ଼ି ଅତ୍ୟଧୂକ ଶବ୍ଦରେ ବାଜୁଥିଲା। ଏହି ଶବ୍ଦର ପ୍ରଚଣ୍ଡ କମ୍ପନ ଯୋଗୁଁ ବ୍ୟାଙ୍କ କୋଠାର ସମ୍ମୁଖ ଭାଗର ଏକ ଅଂଶ ଖସିପଡ଼ି ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡ଼ିଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ ଏବଂ ଗୁରୁତର ଆହତ ହୋଇଥିବା ୨୪ ବର୍ଷୀୟ ଯୁବକ ବିଶ୍ବଜିତ୍ ବାରିକଙ୍କୁ ପ୍ରଥମେ ଜଟଣୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍ଭ କୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବାପା ସୁଶାନ୍ତ ବାରିକ୍ ଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଥିଲା ।

ଜଟଣୀ ଗଣେଶ ଭସାଣି ଅଘଟଣ: ଯୁବକଙ୍କ ମୃତ୍ୟୁ ଘଟଣାରେ ଦୁଇ ଡିଜେ ମାଲିକ ଗିରଫ

ପୋଲିସର ପ୍ରାରମ୍ଭିକ ବୈଠକରେ ଡିଜେ ଏବଂ ବ୍ୟାଣ୍ଡ ପାର୍ଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲେ ସୁଦ୍ଧା, ପୋଲିସର ବାରଣକୁ ବେଖାତିର କରି ଡିଜେ ମାଲିକମାନେ ପୂଜା କମିଟି ସଦସ୍ୟଙ୍କ ସ‌ହ ମିଶି ବିନା ଅନୁମତିରେ ଅତ୍ୟଧୂକ ଶବ୍ଦରେ ଡିଜେ ବଜାଇଥିଲେ, ଯାହା ଏହି ଅଘଟଣର ମୁଖ୍ୟ କାରଣ ସାଜିଥ୍‌ଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ ଢେଙ୍କାନାଳ ଏବଂ ବାଲେଶ୍ବରରୁ ସମ୍ପୂକୁ ଦୁଇଟି ଡିଜେ ଗାଡ଼ିକୁ ଠାବ କରିବା ସହ ଉଭୟ ଗାଡ଼ିର ମାଲିକମାନଙ୍କୁ କାବୁ କରିଛି। ଉକ୍ତ ପୂଜା କମିଟି ସଦସ୍ୟମାନଙ୍କ ସମ୍ପୃକ୍ତି ମଧ୍ଯ ସୃଷ୍ଟ ହୋଇଛି।

ସଂଗୃହୀତ ପ୍ରମାଣ ଏବଂ ପଚରାଉଚରା ବେଳେ ଦୋଷ ସ୍ବୀକାର ଆଧାରରେ ଉକ୍ତ ଦୁଇ ଡିଜେ ମାଲିକ ଅରୁଣ କୁମାର ପ୍ରଧାନ ଏବଂ ପ୍ରିୟବ୍ରତ ଦାଶଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବର୍ତମାନ ଏହି ମାମଲାର ଅଧୂକ ତଦନ୍ଧ ଜାରି ରହିଛି।

Smart Computer Ad
You might also like
error: Content is protected !!