ବାଲିଗୁଡ଼ା,୦୧/୧୦:ସୁକାନ୍ତ କୁମାର ତ୍ରିପାଠୀ ବରିଷ୍ଠ ନାଗରିକଙ୍କ ଜୀବନ ଅଭିଜ୍ଞତା, ସମାଜ ପ୍ରତି ଅବଦାନ ଓ ମୂଲ୍ୟବୋଧକୁ ସମ୍ମାନ ଜଣାଇ ବାଲିଗୁଡ଼ା ଟାଉନ ହଲ୍ ପରିସରରେ ଆନ୍ତର୍ଜାତୀୟ ବୟସ୍କ

ବ୍ୟକ୍ତି ଦିବସ ପାଳିତ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।ପିଏ

ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଶୁଭାରମ୍ଭ କରିଥିଲେ। ଏଥିରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ତହସିଲଦାର ଦୀପ୍ତି ପ୍ରକାଶ ବେହେରା,

ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ, ବିଡିଓ ଅକ୍ଷୟ କୁମାର ମଲ୍ଲିକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଏସ୍ଏସ୍ଏସ୍ଓ ଅଧିକାରୀ ମମିତା କୁମାରୀ ପ୍ରଧାନ, ସୂଚନା ଓ

ଲୋକସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଏବଂ ବନବାସୀ ସେବା ସମିତିର ସହସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।ସମାରୋହରେ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘର ସନ୍ୟାସୀ

ନାୟକ, ଜେବ୍ରାସ ଦିଗାଳ, ନାରାୟଣ ବରାଳ ଓ ପ୍ରତିମା ପୃଷ୍ଟିଙ୍କ ସମେତ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହା ସହିତ ସେମାନଙ୍କ ଦୀର୍ଘ

ଜୀବନର ଅଭିଜ୍ଞତା ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।ଅବସରରେ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ନୂତନ ପିଢ଼ି ପାଇଁ ମାର୍ଗଦର୍ଶକ ଭାବେ ବ୍ୟବହାର କରିବା ସହ ସେମାନଙ୍କୁ ସମ୍ମାନଜନକ ଓ

ସୁରକ୍ଷିତ ଜୀବନ ପ୍ରଦାନ କରିବା ଦିଗରେ ପରିବାର ଓ ସମାଜର ଭୂମିକା ଉପରେ ଆଲୋଚନା ହୋଇଥିଲା।ବନବାସୀ ସେବା ସମିତିର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ସମାପନ ସଙ୍ଗୀତ

ପରିବେଷଣ କରି ପରିବେଶକୁ ମନୋରମ କରିଥିଲେ। ଶେଷରେ ବନବାସୀ ସେବା ସମିତିର ସହସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
